ବିଜେପୁର ପାଇଁ ରଣନୀତି: ବରପାଲିରେ ବିଜେପିରେ ମିଶିଲେ ବିଜେଡିର ବିଦ୍ରୋହୀ ନେତା ଅଶୋକ ପାଣିଗ୍ରାହୀ

20

କନକ ବ୍ୟୁରୋ: ବିଜେଡିର ଅସନ୍ତୁଷ୍ଟ ନେତା ଏବେ ବିଜେପିରେ । ବିଜେପୁରର ପୂର୍ବତନ ନେତା ଅଶୋକ ପାଣିଗ୍ରାହୀ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଛନ୍ତି ଆଶୋକ ପାଣିଗ୍ରାହୀ । ଅଶୋକଙ୍କ ସହ ତାଙ୍କର ହଜାର ହଜାର ସମର୍ଥକ ବି ବିଜେପିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି । ଯେ ଉଁଥିପାଇଁ ବରଗଡ ବରପାଲିରେ ବିଜେପିର ଅନୁଷ୍ଠିତ ହୋଇଛି ଏକ ବିରାଟ ସମାବେଶ ।

ଦୁଇ ଜଣ କେନ୍ଦ୍ରମନ୍ତ୍ରୀ, ଦୁଇ ଜଣ ବିଧାୟକ ଓ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଆଜିର ସମାବେଶରେ ସାମିଲ ହୋଇଛନ୍ତି । ଦଳର ଅନେକ ବରିଷ୍ଠ ଓ ତୁଙ୍ଗ ନେତାଙ୍କୁ ମଧ୍ୟ ଏହି ସମାବେଶରେ ଦେଖିବାକୁ ମିଳିଛି । ଏହି ଯୋଗ ଦାନ କାର୍ଯ୍ୟକ୍ରମରେ ପ୍ରାୟ ୩୦ ହଜାର କର୍ମୀଙ୍କୁ ଠୁଳ ହୋଇଛନ୍ତି ।

ବରପାଲିି ସମାବେଶ ଜରିଆରେ ବିଜେପି ନିଜ ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛି । ସମାବେଶ ପାଇଁ ରାଜ୍ୟ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଥିଲା । ତେବେ ଏସବୁ ଭିତରେ ଅଶୋକ ପାଣିଗ୍ରାହୀଙ୍କୁ ବିଜେପି ପ୍ରାର୍ଥୀ ଭାବେ ସାମନାକୁ ଆଣିଲେ କଡା ବିରୋଧ ହେବ ବୋଲି ମୂଳ ବିଜେପି କର୍ମୀ ଚେତାବନୀ ଦେଇଛନ୍ତି । ଖୋଦ୍ ଜିଲ୍ଲା ସଭାପତି ମଧ୍ୟ ନିଜ କ୍ଷୋଭ ପ୍ରକାଶ କରିଛନ୍ତି । ସେପଟେ ବିନା ସ୍ୱାର୍ଥରେ ବିଜେପିରେ ସେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ଅଶୋକ ପାଣିଗ୍ରାହୀ ।