ପଞ୍ଚାୟତ ନିର୍ବାଚନ ପୂର୍ବରୁ ଚାଲିଛି ଦଳ ବଦଳ ରାଜନୀତି : ବିଜେପି ଛାଡ଼ି ବଜେଡି ଶିବିରରେ ଅଶୋକ ନାୟକ

93

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପୂର୍ବରୁ ଚାଲିଛି ଦଳ ବଦଳ ରାଜନୀତି । ପୂର୍ବତନ ମନ୍ତ୍ରୀ ଅଂଜଳି ବେହେରା ବିଜେପିରେ ଯୋଗ ଦେବାର ସପ୍ତାହଟେ ନ ବିତୁଣୁ ତାଙ୍କ ସାନ ଭାଇ ଅଶୋକ ନାୟକ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ଅଶୋକ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବାସଭବନରେ ଢେଙ୍କାନାଳ ଜିଲ୍ଲାର ପୂର୍ବତନ ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ଉପସ୍ଥିତି ନିଜ ସମର୍ଥକଙ୍କ ସହ ବିଦ୍ଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ଏହି ଅବସରରେ ହିନ୍ଦୋଳ ବ୍ଲକ ସଭାପତି ବରୁଣ ସ୍ୱର, ହିନ୍ଦୋଳ ଏନଏସି ସଭାପତି ଗୋବିନ୍ଦ ବେହେରା ଉପସ୍ଥିତ ଥିଲେ ।

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିସ୍କୃତ ହୋଇଥିବା ଅଞ୍ଜଳୀ ବେହେରା କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଗତ ୧୮ ତାରିଖରେ ବିଜେପିରେ ଯୋଗ ଦେଇଥିଲେ । କିନ୍ତୂୁ ଏହି ମିଶ୍ରଣ ପର୍ବରେ ସେ ତାଙ୍କ ସାନ ଭାଇ ଅଶୋକଙ୍କୁ ଡାକି ନ ଥିଲେ । ଦଳରେ କୋଣଠେସା ହେବା ଆଶଙ୍କା କରି ଅଶୋକ ବିଜେପିରୁ ଇସ୍ତଫା ଦେବା ସହ ବିଜେଡିରେ ଯୋଗ ଦେଇଛନ୍ତି । ଅଶୋକ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ଟିକେଟରୁ ପ୍ରାର୍ଥୀ ହେବା ସହ ୭୦ ହଜାର ଭୋଟ ହାତେଇବାରେ ସକ୍ଷମ ହୋଇଥିଲେ । ତେବେ ଗତ ୧୮ ତାରିଖ ମିଶ୍ରଣ ପର୍ବ ପାଇଁ ସେ ବିଜେପି ଛାଡିଥିବା ଅଶୋକ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ।