କନକ ବ୍ୟୁରୋ : ରାଜସ୍ଥାନରେ ପୁଣି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ସଚିନ ପାଇଲଟ୍ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଏଥର ଦଳୀୟ କନ୍ଦଳ ନୁହେଁ ବଂର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନକୁ ନେଇ କଂଗ୍ରେସର ଏହିୁ ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ବିବାଦ ହୋଇଛି । ନିକଟରେ ରାଜସ୍ଥାନର ବାଂଶୱାରାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ପ୍ରଶଂସା କରିଥିଲେ ।

Advertisment

ଏବେ ସେହି ପ୍ରଶଂସାକୁ ନେଇ କଟାକ୍ଷ କରିଛନ୍ତି ସଚିନ ପାଇଲଟ୍ । ସେ ଗୁଲାମ ନବୀ ଆଜାଦଙ୍କ ଘଟଣାକୁ ମନେ ପକାଇ ବଡ଼ ବାର୍ତ୍ତା ଦେଇଛନ୍ତି । ପାଇଲଟ୍ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଯେଉଁଭଳି ମାନେ ଅଶୋକ ଗେହଲଟଙ୍କ ପ୍ରଶଂସା କରିଛନ୍ତି, ସେଥିରୁ କିଛି ଆଭାଷ ମିଳିଛି । ପ୍ରଧାନମନ୍ତ୍ରୀ କିପରି ଗୁଲାମ ନବୀ ଆଜାଦଙ୍କୁ ସଂସଦରେ ପ୍ରଶଂସା କରିଥିଲେ ଏବଂ ତା’ ପରେ କ’ଣ ହେଲା, ତାହା ସମସ୍ତଙ୍କୁ ଜଣା । ଏହାକୁ ଗୁରୁତ୍ୱର ସହ ନେବା ଦରକାର ବୋଲି କହିଛନ୍ତି ପାଇଲଟ୍ ।

ସେପଟେ ପାଇଲଟଙ୍କ କଟାକ୍ଷ ଉପରେ ପ୍ରତିକ୍ରିୟା ରଖିଛନ୍ତି ଗେହଲଟ୍ । ଯଦିଓ ଗେହଲଟ୍ କୌଣସି କଡ଼ା ପ୍ରତିକ୍ରିୟା ଦେଇନାହାନ୍ତି, କିନ୍ତୁ ଏତିକି କହିଛନ୍ତି ଯେ ଏପରି ବୟାନରୁ ଦୂରେଇ ରହିବା ଦରକାର ବୋଲି କହିଛନ୍ତି । ବାଂଶୱାରାରେ ଗେହଲଟ ସମ୍ବନ୍ଧରେ ମୋଦୀ କହିଥିଲେ ଯେ ଗେହଲଟ୍ ଓ ସେ ଏକାଠି କାମ କରିଆସୁଛନ୍ତି । ଗେହଲଟଙ୍କୁ ମଧ୍ୟ ସବୁଠାରୁ ବରିଷ୍ଠ ମୁଖ୍ୟମନ୍ତ୍ରୀ କହିଥିଲେ ମୋଦୀ । ଗେହଲଟ୍ ମଧ୍ୟ ମୋଦୀଙ୍କୁ ପ୍ରଶଂସା କରି କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କୁ ସମଗ୍ର ବିଶ୍ୱରୁ ସମ୍ମାନ ମିଳୁଛି ।