ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ରାଜସ୍ଥାନର ସବୁ ମନ୍ତ୍ରୀ ଦେଲେ ଇସ୍ତଫା: ସନ୍ଧ୍ୟାରେ ଶପଥ ନେଇପାରନ୍ତି ନୂଆ ମନ୍ତ୍ରୀ

150

କନକ ବ୍ୟୁରୋ: ରାଜସ୍ଥାନ ରାଜନୀତିରେ ହଲଚଲ । ଗେହଲଟଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ସମସ୍ତ ମନ୍ତ୍ରୀ । ଆଜି ପ୍ରଥମେ ସକାଳେ ତିନି ଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ଏହାପରେ ସଂଧ୍ୟାରେ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଆସନ୍ତାକାଲି ଅପରାହ୍ନରେ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ତାପରେ ସଂଧ୍ୟାରେ ନୂଆ ମନ୍ତ୍ରୀମଣ୍ଡଳ ଘୋଷଣା ହେବା ସହ ନୂଆ ମନ୍ତ୍ରୀ ଶପଥ ନେଇପାରନ୍ତି । ତେଣୁ ଏହା ପୂର୍ବରୁ ଗେହଲୋଟ ସରକାରରେ ଥିବା ମନ୍ତୀ ମାନେ ଇସ୍ତଫା ଦେଇଛନ୍ତି ।

ଦୀର୍ଘ ଦିନ ହେବ କଂଗ୍ରେସର ଗେହଲୋଟ ଏବଂ ପାଇଲଟ କ୍ୟାମ୍ପ ମଧ୍ୟରେ ଛକାପଞ୍ଝା ରହିଛି । ଆଉ ନୂଆ ମନ୍ତ୍ରିମଣ୍ଡଳର ବିଭାଗକୁ ନେଇ ମଧ୍ୟ ବିବାଦ ଥିଲ।। ନିକଟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଦିଲ୍ଲୀ ଯାଇ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲୋ ଏହାପରେ ସଚିନ ପାଇଲଟ ମଧ୍ୟ କଂଗ୍ରେସର ଶୀର୍ଷ ନେତାଙ୍କୁ ଭେଟିଥିଲେ । ଏହାପରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ ହେବ ବୋଲି ସୂଚନା ମିଳିଯାଇଥିଲ।।