ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ରାଜସ୍ଥାନ କଂଗ୍ରେସରେ କନ୍ଦଳ । ସେତେବେଳେ ଦଳ ଭିତରର କନ୍ଦଳ ପଦାକୁ ଆସିଲା, ଯେତେବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଲେ କି, ପିସିସି ସଭାପତି ମୁଖ୍ୟ ଓ ଉପ-ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ତାଙ୍କ ପୁଅ ବୈଭବଙ୍କ ପରାଜୟର ଦାୟିତ୍ୱ ନେବା ଉଚିତ୍ ।
ଗେହଲଟ କହିଛନ୍ତି, “ଯୋଧପୁରରୁ ନିର୍ବାଚନ ଲଢ଼ିବା ନେଇ ତାଙ୍କ ପୁଅ ବୈଭବଙ୍କ ନାମକୁ ସଚିନ ସୁପାରିଶ କରିଥିଲେ । ପାଇଲଟ କହିଥିଲେ ବୈଭବ ବିପୁଳ ଭୋଟରେ ଜିତିବେ । ଆମର ୬ ଜଣ କଂଗ୍ରେସ ବିଧାୟକ ସମର୍ଥନ କରିବେ ଏବଂ ସେଠି ପ୍ରଚାର ମଧ୍ୟ ଜୋର ହେଇଛି । ମୋ ହିସାବରେ ପାଇଲଟଙ୍କୁ ପରାଜୟର ଦୋଷ ନିଜ ଉପରେ ନେବା ଉଚିତ୍ ।” ରାଜସ୍ଥାନ ଲୋକସଭାରେ ବିଜେପି ବିପୁଳ ବିଜୟ ହାସଲ କରିଛି । କାରଣ ରାଜ୍ୟରେ କଂଗ୍ରେସ ସରକାର ଥିଲେ ବି ସମସ୍ତ ୨୫ଟି ଆସନକୁ ମୂଳପୋଛ କରିନେଇଛି ବିଜେପି । ଏହି ବୟାନକୁ ନେଇ ସଚିନ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି ।