ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗିଲେ ଅଶୋକ ଗେହଲଟ୍, ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବା ନେଇ କହିଲେ ଏଭଳି କଥା

350

କନକ ବ୍ୟୁରୋ : ଅଧ୍ୟକ୍ଷ ନିର୍ବାଚନକୁ ନେଇ କଂଗ୍ରେସରେ ଲାଗି ରହିଥିବା କନ୍ଦଳ ମଧ୍ୟରେ ଆଜି ଅଶୋକ ଗେହଲଟ ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ । ଏହି ଭେଟ ପରେ ଅଶୋକ ଗେହଲଟ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି କି ସେ ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନରେ ପ୍ରାର୍ଥୀ ହେବେ ନାହିଁ ।

ସେ କହିଛନ୍ତି କି ଗୋଟିଏ ଲାଇନରେ ପ୍ରସ୍ତାବ ପାରିତ ନକରିପାରିବା ହେଉଛି ମୋର ଦୁର୍ବଳତା । ସେପଟେ ରାଜସ୍ଥାନରେ ଦଳ ଭିତରେ ଯେଉଁ ଘଟଣା ଘଟିଲା ତାକୁ ନେଇ ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗିଛନ୍ତି ବୋଲି କହିଛନ୍ତି ଗେହଲଟ । ଏବେ ରାଜସ୍ଥାନରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ସୋନିଆ ଗାନ୍ଧୀ ବିଚାର କରିବେ ବୋଲି ଗେହଲଟ୍ ଗଣମାଧ୍ୟମ ଆଗରେ କହିଛନ୍ତି ।

ଅଶୋକ ଗେହଲଟ କହିଛନ୍ତି କି ଗତ ୨ ଦିନ ମଧ୍ୟରେ ରାଜସ୍ଥାନରେ ଯାହା ଘଟିଲା ତାହା ଦୁଭାଗ୍ୟପୂର୍ଣ୍ଣ । ଗତ ୫୦ ବର୍ଷ ଧରି ରାଜୀବ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ସହ ଜଣେ ବିଶ୍ୱାସୀ ସୈନିକ ଭାବେ କାମ କରିଛି , ମୁଁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଛି ତେଣୁ ଦଳ ଭିତରେ ଯାହା ଘଟିଲା ସେଥିପାଇଁ ମୁଁ ନିଜକୁ ଦାୟି କରି ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗିଛି ବୋଲି କହିଛନ୍ତି ଅଶୋକ ଗେହଲଟ ।