ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଶୋକ ଗେହଲଟ: ରାଜସ୍ଥାନ ରାଜ୍ୟପାଳଙ୍କୁ ଭେଟି ଦେଲେ ଇସ୍ତଫା

152

କନକ ବ୍ୟୁରୋ: ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଅଶୋକ ଗେହଲଟ । ଆଜି ସେ ରାଜ୍ୟପାଳ କଲରାଜ ମିଶ୍ରାଙ୍କ ବାସଭବନରେ ପହଞ୍ଚି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ୧୧ ଘଣ୍ଟାର ଭୋଟ ଗଣତି ପରେ ବିଜେପି ବହୁମଚ ପାଇଥିଲା । ଆଉ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଇସ୍ତଫା ପ୍ରଦାନ କରିଛନ୍ତି ।

ରାଜସ୍ଥାନରେ ୧୯୯ ସିଟରେ ବିଧାନସଭା ନିର୍ବାଚନ ହେଉଥିଲା । ଏଠାରେ ବର୍ତ୍ତମାନ ସୁଦ୍ଧା ବିଜେପି ୧୧୫ ଓ କଂଗ୍ରେସ ୭୦, ବିଏସପି ୨ ଓ ଅନ୍ୟାନ୍ୟ ଦଳ ୧୨ ସିଟ ପାଇଛନ୍ତି । ତେବେ ଆଜି ଏକ୍ସରେ ଏକ ପୋଷ୍ଟ କରି ଅଶୋକ ଗେହଲଟ ଲେଖିଥିଲେ, ରାଜସ୍ଥାନ ଜନତାଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ମୁଁ ବିନମ୍ର ଭାବେ ସ୍ୱୀକାର କରୁଛି । ଏହା ଏକ ଅପ୍ରତ୍ୟାଶିତ ପରିଣାମ ।