ଅଶୋକ ଗେହଲଟଙ୍କ ପୁଅକୁ ଇଡିର ନୋଟିସ ପରେ ପ୍ରତିକ୍ରିୟା ରଖିଲେ ଗେହଲଟ୍ । କହିଲେ ଇଡି ଏବେ ସାରା ଦେଶରେ ଆତଙ୍କ ଖେଳାଉଛି
କନକ ବ୍ୟୁରୋ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ଇଡି ତରଫରୁ ନୋଟିସ ପଠାଯାଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି କି ଏହା ମୋ ପୁଅ କିମ୍ବା ପିସିସି ମୁଖ୍ୟଙ୍କ ପ୍ରଶ୍ନ ନୁହେଁ, ଏବେ ଇଡି ସାରା ଦେଶରେ ଆତଙ୍କ ଖେଳାଉଛି । କଂଗ୍ରେସ ତରଫରୁ ଗତକାଲି ୨ଟି ଗ୍ୟାରେଣ୍ଟି ଘୋଷଣା କରିଛି । ଏହାକୁ ନଜରରେ ରଖି ବିଜେପି ସରକାର କଂଗ୍ରେସ ପଛରେ ଇଡି ଲଗେଇ ଦେଇଛି । ବିଜେପି ଚାହୁଁଛି କି ରାଜସ୍ଥାନରେ ମହିଳାମାନଙ୍କର ଉନ୍ନତି ନହେଉ ବୋଲି ଗେହଲଟ କହିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଇଡିର ନୋଟିସକୁ ନେଇ ଗେହଲଟ କହିଛନ୍ତି କି, ସଂପୃକ୍ତ ମାମଲାରେ ୨୦୦୪ ରୁ ୨୦୧୪ ମଧ୍ୟରେ ୧୧୨ଥର ଯାଂଚ କରାଯାଇଛି । ହେଲେ ଏହି ମାମଲାରେ କିଛି ବି ପ୍ରମାଣ ମିଳିନାହିଁ । ଇଡିର ଏଭଳି ନୋଟିସକୁ ନେଇ ଆମେ ଭୟଭିତ ନୁହେଁ । ଆମେ ଆସନ୍ତା କାଲି ପୁଣି ରାଜ୍ୟରେ ୫ଟି ଗ୍ୟାରେଣ୍ଟି ଘୋଷଣା କରିବାକୁ ଯାଉଛୁ ବୋଲି ଗେହଲଟ୍ କହିଛନ୍ତି ।
#WATCH | “…Gundagardi hai yeh…Without pressure from the top neither ED nor CBI can come..,” says Rajasthan CM Ashok Gehlot on BJP as ED raids continue on his state minister Govind S Dotasra.” pic.twitter.com/y4hOayGH9U
— ANI (@ANI) October 26, 2023
ଇଡିର ନୋଟିସକୁ ନେଇ ବୈଭବ ଗେହଲତ କହିଛନ୍ତି କି, ଏହା ୧୨ ବର୍ଷ ତଳର ମାମଲା । କେନ୍ଦ୍ର ସରକାର ଏବେ ଜାତୀୟ ଯାଂଚ ଏଜେନ୍ସି ଗୁଡିକର ଅପବ୍ୟବହାର କରୁଛି । ଆମେ ଜାଣିଥିଲୁ କି ବିଜେପି ଏହି ମାମଲାକୁ ନିର୍ବାଚନ ସମୟରେ ଯାଂଚ ଏଜେନ୍ସିଙ୍କୁ ବ୍ୟବହାର କରିବ । ହେଲେ ଏହି ମାମଲାରେ ମୋର କୌଣସି ସଂପୃକ୍ତି ନାହିଁ, ତେଣୁ ଇଡି ଯେତେବେଳେ ଚାହିଁବ ମୋତେ ଜେରା କରିପାରିବ ବୋଲି ବୈଭବ ଗେହଲଟ କହିଛନ୍ତି ।