କନକ ନ୍ୟୁଜ୍: ମୁଭି ‘ଦ କାଶ୍ମୀର ଫାଇଲ୍ସ’ ସିଙ୍ଗାପୁରରେ ନିଷେଧ କରାଯାଇଛି । କାରଣ ଏହି ଚଳଚ୍ଚିତ୍ରଟି ବହୁ ଜାତି ଓ ଧର୍ମର ଲୋକ ରହୁଥିବା ସିଙ୍ଗାପୁରର ଚଳଚ୍ଚିତ୍ର ବର୍ଗୀକରଣ ନିର୍ଦ୍ଦେଶାବଳୀର ଉଲଂଘନ କରୁଛି ବୋଲି ସିଙ୍ଗାପୁର ସରକାର କହିଛନ୍ତି । ସିଙ୍ଗାପୁରର ସଂସ୍କୃତି, ସମ୍ପ୍ରଦାୟ ଓ ଯୁବ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟ ସହିତ ଏକ ମିଳିତ ବିବୃତ୍ତିରେ ଇନଫୋକସ୍ ମିଡିଆ ଡେଭଲପମେଣ୍ଟ ଅଥରିଟି କହିଛି ଯେ, କର୍ତ୍ତୃପକ୍ଷ ହିନ୍ଦୀ ଭାଷାର ଏହି ଚଳଚ୍ଚିତ୍ରକୁ ସିଙ୍ଗାପୁରର ଚଳଚ୍ଚିତ୍ର କ୍ୟାଟେଗୋରୀ ନିର୍ଦ୍ଦେଶାବଳୀର ବିରୁଦ୍ଧାଚରଣ କରୁଛି ବୋଲି ସରକାର ଆକଳନ କରିଛନ୍ତି ।

Advertisment

ଚଳଚ୍ଚିତ୍ର କ୍ୟାଟେଗରୀ ନିର୍ଦ୍ଦେଶାବଳୀ ଅନୁଯାୟୀ, ସିଙ୍ଗାପୁରର ଜାତିଗତ କିମ୍ବା ଧାର୍ମୀକ ସମ୍ପ୍ରଦାୟକୁ ଅପମାନିତ କରୁଥିବା ଯେକୌଣସି ସାମଗ୍ରୀକୁ ବର୍ଗୀକରଣ ପାଇଁ ମନା କରାଯିବ । ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ୧୯୯୦ ଦଶକରେ ଆତଙ୍କବାଦ ହେତୁ କାଶ୍ମୀର ଉପତ୍ୟକାର କାଶ୍ମୀର ପଣ୍ଡିତଙ୍କ ପଳାୟନ ଉପରେ ଆଧାରିତ । ତେବେ ଏହିସବୁ କାରଣକୁ ନେଇ ସିଙ୍ଗାପୁର ‘ଦ କାଶ୍ମୀର ଫାଇଲ୍ସ’ ଉପରେ ପ୍ରତିବନ୍ଧକ ଲଗାଇବ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ଏହି ଚଳଚ୍ଚିତ୍ର ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବ ବୋଲି ସରକାର କହିଛନ୍ତି ।