୬୦ ବର୍ଷ ବୟସରେ ପୁଣି ଥରେ ବାହା ହେଲେ ଅଭିନେତା ଆଶିଷ ବିଦ୍ୟାର୍ଥୀ । ରୂପାଲି ହେଲେ ନୂଆ ଜୀବନସାଥୀ

2,824

କନକ ବ୍ୟୁରୋ: ୬୦ ବର୍ଷ ବୟସରେ ପୁଣି ଥରେ ବାହା ହେଲେ ଅଭିନେତା ଆଶିଷ ବିଦ୍ୟାର୍ଥୀ । ଆସାମର ରୂପାଲି ତାଙ୍କର ନୂଆ ଜୀବନସାଥୀ ହୋଇଛନ୍ତି । ଅଭିନେତା ଆଶିଷ ବିଦ୍ୟାର୍ଥୀ ଆସାମର ରୂପାଲି ବରୁଆଙ୍କ ସହ ଗୁରୁବାର ବିବାହ ହୋଇଛି ।

ଅନେକ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ ଏବଂ ଅନ୍ୟାନ୍ୟ ଅନେକ ଆଂଚଳିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଏହି ଅଭିନେତା ପୁଣି ଥରେ ରୁପାଲିଙ୍କ ପ୍ରେମରେ ପାଗଳ ହୋଇଛନ୍ତି । ଜାତୀୟ ପୁରସ୍କାର ବିଜେତା ଅଭିନେତା ଆଶିଷ ବିଦ୍ୟାର୍ଥୀ ପୂର୍ବରୁ ଅଭିନେତ୍ରୀ ଶକୁନ୍ତଳା ବରୁଆଙ୍କ ଝିଅ ରାଜୋଶୀ ବରୁଆଙ୍କୁ ବିବାହ କରିଥିଲେ । ଗୌହାଟ୍ଟିିରେ ରହୁଥିବା ବିଦ୍ୟାର୍ଥୀଙ୍କ ପତ୍ନୀ ରୁପାଲି କୋଲକାତାର ଏକ ବଡ଼ ଫ୍ୟାସନ୍ ଷ୍ଟୋର ସହ ଜଡ଼ିତ ଅଛନ୍ତି । ଆଶିଷ ଓ ରୂପାଲିଙ୍କ ପରିବାର ଓ ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ଏହି ବିବାହ ଦୁଇଟି ସଂସ୍କୃତି, କେରଳ ଓ ଆସାମର ଏକ ମିଶ୍ରଣ ଥିଲା । ବିବାହ ନିମନ୍ତେ ଆସାମୀ ଲଳନା ରୂପାଲି ସକାଳ ସାଢ଼େ ୬ଟାରେ ପ୍ରସ୍ତୁତ ହେବା ଆରମ୍ଭ କରିଥିଲେ ଏବଂ କେରଳ ବାସିନ୍ଦା ଆଶିଷ ଧଳା ଓ ସୁନା ମୁଣ୍ଡୁ ସହିତ ଏକ ସୁନ୍ଦର ଧଳା ମେଖେଲା ପିନ୍ଧି ନିଜକୁ ସଜାଇଥିଲେ । ଅଭିନେତା ଆଶିଷ କହିଛନ୍ତି, ତାଙ୍କ ଜୀବନର ଏହି ପର୍ଯ୍ୟାୟରେ ରୁପାଲିଙ୍କୁ ବିବାହ କରିବା ଏକ ଅସାଧାରଣ ଅନୁଭବ । ସକାଳେ କୋର୍ଟ ମ୍ୟାରେଜ୍ ହୋଇଥିଲା ଏବଂ ସନ୍ଧ୍ୟାରେ ପାରମ୍ପରିକ ରୀତିରେ ବିବାହ ହେଲା ବୋଲି ଆଶିଷ କହିଛନ୍ତି ।