ଶିଶୁ ଭିକ୍ଷାବୃତ୍ତି ରୋକିବା ପାଇଁ ଯୁବକଙ୍କ ନିଆରା ପ୍ରୟାସ ! ସାରା ଦେଶରେ ୧୧ ହଜାର ୧୩୯ କିଲୋମିଟର କଲେଣି ପଦଯାତ୍ରା, ରାଜ୍ୟ ରାଜ୍ୟ ବୁଲି ଲୋକଙ୍କୁ କରୁଛନ୍ତି ସଚେତନ ।
ଦେଶରେ ଏବେ ଶିଶୁ ଭିକ୍ଷାବୃତ୍ତି ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ଯେଉଁ କୁନି ବୟସରେ ପିଲାମାନେ ହାତରେ କାଗଜ କଲମ ଧରି ପାଠ ପଢିବା କଥା, ସେହି ହାତରେ ଏବେ ଭିକ ମାଗିବା ପାଇଁ ଥାଳ ଧରୁଛନ୍ତି କୋମଳମତି ଶିଶୁ । ଏଥିରେ ଦୋଷ ଯାହାର ହେଉନା କାହିଁକି କିନ୍ତୁ ଏହି କୁନି ପିଲାମାନଙ୍କର ଭବିଷ୍ୟତ ଅନ୍ଧାର ହେଇଯାଉଚି, ଯେଉଁମାନେ ଏଇ ଦୁନିଆ କଣ ତାହା ମଧ୍ୟ ଜାଣିପାରୁ ନାହାନ୍ତି । ମାତ୍ର କେଇଟା ଟଙ୍କା ପାଇଁ ସେମାନେ ରାସ୍ତାରେ ଥାଳ ଧରି ଭିକ ମାଗୁଛନ୍ତି । ଆଉ ଏହାରି ମଧ୍ୟରେ ସବୁଠାରୁ ବଡ କଥା ହେଉଛି, ଯୁବ ବୟସରେ ଅନେକ ଭୁଲ ସଙ୍ଗତିରେ ପଡି କ୍ରିମିନାଲ ମଧ୍ୟ ହୋଇଯାଉଛନ୍ତି । ଶିଶୁ ଭିକ୍ଷାବୃତ୍ତି ରୋକିବା ନିମନ୍ତେ ସରକାରଙ୍କ ପକ୍ଷରୁ ଅନେକ ପ୍ରୟାସ କରାଯାଇଛି ସତ, କିନ୍ତୁ ଆଶାତୀତ ପରିଣାମ ସାମ୍ନାକୁ ଆସିପାରୁନାହିଁ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଉ ଏହାରି ମଧ୍ୟରେ ଶିଶୁ ଭିକ୍ଷାବୃତ୍ତି ରୋକିବା ନିମନ୍ତେ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି ଦିଲ୍ଲୀର ଜଣେ ୨୯ ବର୍ଷୀୟ ମେକାନିକାଲ ଇଞ୍ଜିନିୟର । ଏହି ଯୁବକଙ୍କ ନାଁ ହେଉଛି ଆଶିଷ ଶର୍ମା । ଆଉ ସବୁଠାରୁ ବଡ କଥା ହେଉଛି ଆଶିଷ ୧୧ ହଜାର ୧୩୯ କିଲୋମିଟର ପାଦରେ ଚାଲି ବର୍ତ୍ତମାନ ରାୟପୁର ଯାଇଛନ୍ତି । ଆଶିଷ ଅନେକ ରାଜ୍ୟ ବୁଲିବୁଲି ଶିଶୁ ଭିକ୍ଷାବୃତ୍ତି ରୋକିବା ନିମନ୍ତେ ଅନେକ ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ଏବଂ ଆଶିଷ ଲକ୍ଷ୍ୟ ରଖିଛନ୍ତି, ୨୦୨୦ ପୂର୍ବରୁ ସେ ସାରା ଦେଶ ଭ୍ରମଣ କରି ଲୋକମାନଙ୍କୁ ସଚେତନ କରିବେ ।
ତେବେ ସବୁଠାରୁ ବଡ କଥା ହେଉଛି ଶିଶୁ ଭିକ୍ଷାବୃତ୍ତି ରୋକିବା ପାଇଁ ଆଶିଷ କାହିଁକି ପଦଯାତ୍ରାର ରାସ୍ତା ବାଛିଲେ ? ଏବି ପ୍ରଶ୍ନ ନେଇ ଆଶିଷ କହିଛନ୍ତି, ପଦଯାତ୍ର ସମୟରେ ସେ ଯେଉଁଠି ବି ଶିଶୁ ଭିକ୍ଷା ମାଗୁଥିବାର ଦେଖନ୍ତି, ତାହାକୁ ସେ ସାମାଜିକ ଲୋକମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଥାନ୍ତି । ଆଉ ସବୁଠାରୁ ବଡ କଥା ହେଉଛି, ଆଶିଷ ଏପର୍ଯ୍ୟନ୍ତ ଏଭଳି ୯ ଜଣ ଶିଶୁଙ୍କୁ ସ୍କୁଲରେ ଆଡମିଶନ କରାଇ ସାରିଲେଣି । ଯେଉଁମାନଙ୍କ ହାତରେ ଦିନେ ଭିକ ମାଗିବା ପାଇଁ ଥାଳ ଥିଲା ଏବେ ସେମାନଙ୍କ ହାତରେ ପାଠ ପଢିବା ପାଇଁ କାଗଜ କଲମ ରହିଛି । ଏହା ଛଡା ଆଶିଷ ବିଭିନ୍ନ ସ୍କୁଲ କଲେଜକୁ ଯାଇ ଛାତ୍ରମାନଙ୍କୁ ସମ୍ବୋଧିତ କରିଥାନ୍ତି । ଆଶିଷ ପୁରା ଦେଶରେ ୧୭ ହଜାର କିଲୋମିଟର ପଦଯାତ୍ରା କରି ଶିଶୁ ଭିକ୍ଷାବୃତ୍ତି ଭଳି ସମସ୍ୟା ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।