କନକ ବ୍ୟୁରୋ: ଲଖିମପୁର ଖେରି ହିଂସାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଜାମିନ୍ ମିଳିଛି । ଆଶିଷଙ୍କ ବିରୋଧରେ ୩୦୨ ଭଳି ଦଫା ଲାଗିଛି । ଏପରି ସ୍ଥିତିରେ ତାଙ୍କୁ କେମିତି ଶୀଘ୍ର ଜାମିନ୍ ମିଳିଲା ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଚାଷୀ ନେତା ରାକେଶ ଟିକାୟତ । ସେପଟେ ଜଣେ ସାଧାରଣ ଲୋକ ବିରୋଧରେ ସମାନ ଦଫା ଲାଗିଥିଲେ ଏମିତି ଶୀଘ୍ର ଜାମିନ୍ ମିଳିବ କି ବୋଲି ଟିକାୟତ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ନିର୍ବାଚନ ବେଳେ ଆଶିଷ ଜାମିନ୍ ପାଇବା ପରେ ବଦଳିପାରେ ୟୁପି ରାଜନୀତିର ସମୀକରଣ ।
- ଚାଲିଛି ଭୋଟିଂ, ମିଳିଲା ଜାମିନ୍
- ଖେରି ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଜାମିନ୍
ପଶ୍ଚିମାଞ୍ଚଳ ୟୁପିରେ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟିଂ ଚାଲିଥିବା ବେଳେ ଜାମିନ୍ ପାଇଛନ୍ତି କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା । ୟୁପି ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଆଶିଷଙ୍କୁ ଜାମିନ ପ୍ରଦାନ କରିଛନ୍ତି । ବଡ କଥା ହେଲା ଆଜି ଆଶିଷଙ୍କ ବାପା ଓରଫ ମନ୍ତ୍ରୀ ଟେନି ସକାଳେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ଆଉ ଗତକାଲି ପ୍ରଧାନମନ୍ତ୍ରୀ ଏକ ସାକ୍ଷାତକାରରେ କହିଥିଲେ ଖେରି ହିଂସାକାଣ୍ଡ ମାମଲା ସୁପିମକୋର୍ଟଙ୍କ ତତ୍ତ୍ୱାବଧାନରେ ଚାଲିଛି । ପ୍ରଥମ ଥର ପାଇଁ ମୋଦି ଏହି ପ୍ରସଙ୍ଗରେ ମୁହଁ ଖୋଲିବା ପର ଦିନ ଆଶିଷ ଜାମିନ ପାଇବା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।
- ଆଶିଷ ମିଶ୍ରାଙ୍କ ବିରୋଧରେ ଲାଗିଛି ଦଫା ୩୦୨
- ଜାମିନକୁ ନେଇ ପ୍ରଶ୍ନ ଉଠାଇଲେ ରାକେଶ ଟିକାୟତ
ଗତବର୍ଷ ଅକ୍ଟୋବର ୩ରେ କୃଷି ଆଇନକୁ ବିରୋଧ କରି ମନ୍ତ୍ରୀ ଜୟ ମିଶ୍ରାଙ୍କୁ ରାଲିକୁ ବିରୋଧ କରିଥିଲେ ଚାଷୀ । ଏହି ସମୟରେ ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କ ଏସୟୁଭି କାର ଚାଷୀଙ୍କ ଉପରକୁ ଚଢିଯାଇଥିଲା । ଏଥିରେ ୪ ଚାଷୀଙ୍କ ସମେତ ୮ ଜଣ ପ୍ରାଣ ହରାଇଥିଲେ । ପରେ ଗିରଫ ହୋଇଥିଲେ ଆଶିଷ । ଏସଆଇଟି ଏହି ମାମଲାର ତଦନ୍ତ କରି ୫ ହଜାର ପୃଷ୍ଠାର ଚାର୍ଜଶିଟ୍ ଦାଖଲ କରିଛି ଏବଂ ଆଶିଷଙ୍କ ସମେତ ୧୬ ଜଣ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ଆଶିଷଙ୍କ ବିରୋଧରେ ୩୦୨ ଭଳି ସଙ୍ଗୀନ ଦଫା ଲାଗିଥିବା ବେଳେ କେମିତି ଶୀଘ୍ର ଜାମିନ୍ ମିଳିଲା ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଆଉ ଏହାକୁ ନେଇ ସେ ୟୁପିରେ ବିଜେପି ବିରୋଧରେ ପ୍ରଚାର କରିବେ ବୋଲି କହିଛନ୍ତି ।
ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ ବିଜେପି ବ୍ୟାକଫୁଟରେ ଥିବା ବେଳେ ଏବେ ନିର୍ବାଚନ ବେଳେ ଆଶିଷଙ୍କୁ ଜାମିନ ମିଳିଛି । ଏପରି ସ୍ଥିତିରେ ଆଶିଷ ଜେଲରୁ ବାହାରିବା କେଉଁ ରାଜନୈତିକ ଦଳକୁ ମିଳିବ ଲାଭ ଏବଂ କାହାକୁ ହେବ ଘାଟା ତାହା ଆଗାମୀ ଦିନରେ ଜଣାପଡିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/02/25-11.jpg)