କ୍ରାଇମବ୍ରାଞ୍ଚ ଅଫିସରେ ଆଶିଷ ମିଶ୍ରା: ଚାଷୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ, ଏସଆଇଟିର ମିଳିତ ଜେରା

151

କନକ ବ୍ୟୁରୋ: କ୍ରାଇମ ବ୍ରଞ୍ଚ ହାତରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା । ବହୁ ଚର୍ଚ୍ଚିତ ଲକ୍ଷ୍ମୀପୁର ଚାଷୀ ମୃତ୍ୟୁ ଘଟଣାରେ ଆଜି ଆଶିଷଙ୍କୁ ଜେରା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଆଜି ୧୧ଟା ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ଥିବାବେଳେ ଏହା ପୂର୍ବରୁ ଆସି ପଂହଞ୍ଚିଛନ୍ତି ଆଶିଷ । ଏହା ପୂର୍ବରୁ ମଧ୍ୟ ତାଙ୍କୁ ସମନ ହୋଇଥିଲେ ବ ହଜାର ନହୋଇ କେଉଁଆଡେ ପଳାଇଥିବା ଖବର ଆସିଥିଲା ।

ଲକ୍ଷ୍ମୀପୁର ଖେରି ଚାଷୀ ମୃତ୍ୟୁ ମାମଲାରେ ଅଭିଯୁକ୍ତ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା କିଛି ଲୁଚାଛପା ଖେଳ ଖେଳିବା ପରେ ଆଜି କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ଏହା ପୂର୍ବରୁ ତାଙ୍କୁ ସମନ ହୋଇଥିଲେ ବି ସେ ହାଜର ନହୋଇ କେଉଁଆଡେ ଚାଲିଯାଇଥିଲେ । ଆଶିଷ ନେପାଳ ଖସିପଳାଇବା ଚର୍ଚ୍ଚା ହେଉଥିବାବେଳେ ମନ୍ତ୍ରୀ କିନ୍ତୁ ଏହାକୁ ଖଣ୍ଡନ କରିଥିଲେ । ଠିକ ସମୟରେ ସାକ୍ଷୀ ସହ ଆଶିଷ ହାଜର ହେବେ ବୋଲି ମନ୍ତ୍ରୀ କହିଥିଲେ । ଆଜି କ୍ରାଇମବ୍ରାଞ୍ଚ ଦେଇଥିବା ସମୟ ସୀମାର ୨୨ ମିନିଟ ପୂର୍ବରୁ ଆଶିଷ ହାଜର ହୋଇଛନ୍ତି ଆଶିଷ ।ଏଠାରେ କ୍ରାଇମବ୍ରାଞ୍ଚ ପୋଲିସ ସହ ସ୍ୱତନ୍ତ୍ର ଇନଭେଷ୍ଟିଜେସନ୍ ଟିମ୍( ଏସଆଇଟି)ର ଟିମ୍ ମଧ୍ୟ ଅଛନ୍ତି । ଏନେଇ ସେହି ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବାକୁ ଗଳିଗଳିରେ ପୋଲିସ ମୁତୟନ କରାଯାଇଛି ।

କହିରଖୁଁ କି, ମନ୍ତ୍ରୀ ଅଜୟ ମିଶ୍ରା ତାଙ୍କ ପୁଅ ଆଶିଷଙ୍କ ସହ ଯାଉଥିବାବେଳେ ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିଠାରେ ଶତାଧିକ ଚାଷୀ ଆନ୍ଦୋଳନ କରିବା ସହ ତାଙ୍କ ସହ ମୁହାଁମୁହିଁ ହୋଇଥିଲେ । ଏଥିରେ ଉତକ୍ଷିପ୍ତ ଆଶିଷ ୪ ଜଣ ଚାଷୀଙ୍କ ଉପରେ କାର ଚଢାଇ ଦେଇଥିଲେ ।ଫଳରେ ଘଟଣା ସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଥିଲା । ସେହି ସୟମରେ ଉତ୍ତେଜନା ବୃଦ୍ଧି ପାଇବାରୁ ଅନ୍ୟ ୪ଜଣ ପ୍ରାଣ ହରରାଇଥିଲେ । ଏଥିରେ ଜଣେ ସାମ୍ବାଦିକ ମଧ୍ୟ ପ୍ରାଣ ହରରାଇଥିବା ଖବର ରହିଛି । ତେବେ ଏହି ଘଟଣା ପରଠୁ ଚାରିଆଡେ ଚାଷୀ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି ହୋଇଅସୁଛି ।