ଆଶୀର୍ବାଦଙ୍କୁ ମିଳିଲା ଜାମିନ୍ । ଦେଢ ଲକ୍ଷର ଦୁଇ ଜାମିନଦାରଙ୍କ ବଦଳରେ ଜାମିନ ଦେଲେ ହାଇକୋର୍ଟ ।

183

କନକ ବ୍ୟୁରୋ : ଓଡିଶା କ୍ରିକେଟ୍ ଆସୋସିଏସନର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ମିଳିଲା ଜାମିନ । ଆଶୀର୍ବାଦଙ୍କୁ ଆଜି ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ । ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଆଶୀର୍ବାଦଙ୍କୁ ଗିରଫ କରିଥିଲା ସିବିଆଇ । ତେବେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଏବେ କଟକ ଏସସିବିରେ ଅଛନ୍ତି ଆଶୀର୍ବାଦ । ଅନ୍ୟପଟେ ପାସପୋର୍ଟ ସରେଣ୍ଡର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହା ସହ ସାକ୍ଷୀମାନଙ୍କୁ ପ୍ରଭାବିତ ନକରିବା ଏବଂ ତଦନ୍ତ ପ୍ରଭାବିତ ନକରିବାକୁ ସର୍ତ୍ତ ରହିଛି ।

ଗତ ସେପ୍ଟେମ୍ବର ୧୯ ତାରିଖ ଦିନ ଆଶୀର୍ବାଦଙ୍କୁ ଗିରଫ କରିଥିଲା ସିବିଆଇ । ପାଖାପାଖି ୧୦ରୁ ୧୨ ଜଣିଆ ସିବିଆଇ ଟିମ୍ ଆଶୀର୍ବାଦଙ୍କ ବାସଭବନରେ ରେଡ଼୍ କରିଥିଲା । ପଚରାଉଚରା ପରେ ପୂର୍ବତନ ସମ୍ପାଦକଙ୍କୁ ଗିରଫ କରିଥିଲା ସିବିଆଇ । ପୂର୍ବରୁ ଚିଟଫଣ୍ଡ ମାମଲାରେ ଛନ୍ଦି ହୋଇ ଏକାଧିକ ବାର ଜେରାର ସମ୍ମୁଖୀନ ହୋଇଥିଲେ ଆଶିର୍ବାଦ ।