କନକ ବ୍ୟୁରୋ: ସନ୍ନ୍ୟାସ ନେବେ କି ଅଷ୍ଟ୍ରେଲିଆ ଷ୍ଟାର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍? କ୍ରିକେଟକୁ କହିବେ କି ଅଲବିଦା? ଏଭଳି କିଛି ଚର୍ଚ୍ଚା ଭିତରେ ଏବେ ନିଜ ସନ୍ନ୍ୟାସକୁ ନେଇ ମୁହଁ ଖୋଲିଛନ୍ତି ଏହି ଅଷ୍ଟ୍ରେଲୀୟ ଖେଳାଳି । ସେ କହିଛନ୍ତି ଯେ, ସେ ଏବେ ସନ୍ନ୍ୟାସ ନେବେ ନାହିଁ । ଅଷ୍ଟ୍ରେଲିଆ ପାଇଁ ସେ ଖେଳିବା ଜାରି ରଖିବେ । ତେବେ ଆଶେସ୍ ସିରିଜରେ ତାଙ୍କର ଖରାପ ପ୍ରଦର୍ଶନ ପାଇଁ ସେ ନିରାଶା ଜାହିର କରିଛନ୍ତି । ତା ସହିତ ଇଚ୍ଛା ମୁତାବକ ସେ ପ୍ରଦର୍ଶନ କରିବାରେ ବିଫଳ ହେଇଛନ୍ତି ବୋଲି ଷ୍ଟିଭ୍ ସ୍ମିଥ୍ କହିଛନ୍ତି ।

Advertisment

ଆଶେସ୍ ସିରିଜର ପଞ୍ଚମ ଟେଷ୍ଟର ଦ୍ୱିତୀୟ ଦିନ ଶେଷ ହେବା ପରେ ଷ୍ଟିଭ୍ ସ୍ମିଥ ସ୍ଥାନୀୟ ସାମ୍ବାଦିକଙ୍କ ସହ  ଚର୍ଚ୍ଚା କରିଥିଲେ । ଏହି ଅବସରରରେ ସେ ନିଜ ଅବସରକୁ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, ସେ ଜାଣିନାହାଁନ୍ତି ଏଭଳି ଚର୍ଚ୍ଚା କେଉଁଠୁ ଆସୁଛି । କାହିଁକି ନା ସେ ଏମିତି କିଛି ନିଷ୍ପତ୍ତି ନେଇନଥିବା ସୂଚନା ଦେଇଛନ୍ତି ।

ତେବେ ଆଶେସ ସିରିଜରେ ଷ୍ଟିଭ୍ ସ୍ମିଥ୍ ଏଥର ଆଶା ମୁତାବକ ପ୍ରଦର୍ଶନ କରିପାରନାହାଁନ୍ତି । ସେ କହିଛନ୍ତି ସେ ଉନ୍ନତ ପ୍ରଦର୍ଶନ କରିବାକୁ ସେ ଚେଷ୍ଟା କରିବେ । ସୂଚନାଯୋଗ୍ୟ ଯେ, ଏଥର ପ୍ରଥମ ଇଂନିସରେ ଷ୍ଟିଭ୍ ସ୍ମିଥ୍ ୭୧ ରନ୍ କରିଛନ୍ତି । ତା ସହିତ ୫ଟି ମ୍ୟାଚର ୯ଟି ଇଂନିସରେ ସେ ମାତ୍ର ୩୧୯ ରନ୍ କରିବାକୁ ସକ୍ଷମ ହେଇପାରିଛନ୍ତି । ଏହା ଭିତରେ ଗୋଟିଏ ଶତକ ସାମିଲ ଥିବାବେଳେ, ଗୋଟିଏ ଅର୍ଦ୍ଧଶତକ ସାମିଲ ଅଛି ।