କୁୁକର୍ମ ପାଇଁ ଆଶାରାମ ବାପୁ ଦଣ୍ଡ ପାଇଲେ ହେଲେ ପୀଡିତା ଝିଅର ଭବିଷ୍ୟତ ନେଇ ବାପା ଚିନ୍ତାରେ !

44

ଆଶାରାମଙ୍କୁ ନାବାଳିକା ସହ ଦୁଷ୍କର୍ମ କରିବା ଅଭିଯୋଗରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ସତ କିନ୍ତୁ ଉତ୍ତରପ୍ରଦେଶରେ ଶାହଜାହାଁପୁରରେ ରହୁଥିବା ପୀଡିତାର ପରିବାରକୁ ଏବେ ବି ବହୁ ଅସୁବିଧାର ସମ୍ମୁଖିନ କରିବାକୁ ପଡୁଛି । ଘଟଣା ସମୟରେ ଝିଅଟିକୁ ୧୬ ବର୍ଷ ହୋଇଥିବାବେଳେ ଏବେ ଝିଅଟି ୨୧ ବର୍ଷର ହୋଇଗଲାଣି । ପରିବାର ଲୋକେ ଝିଅଟିର ବିବାହ କରିବା ପାଇଁ ପାତ୍ର ଖୋଜୁଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ଲୋକ ମୋକଦ୍ଦମା ବିଷୟରେ ଜାଣିବା ପରେ ଝିଅଟିର ଚରିତ୍ରରେ ଦାଗ ଥିବା କଥା କହି ବାହାଘର ଭାଙ୍ଗି ଚାଲି ଯାଉଛନ୍ତି । ପୀଡିତାର ସୁରକ୍ଷା ପାଇଁ ଘର ପାଖରେ ଗୋଟିଏ ଥାନାର ବ୍ୟବସ୍ଥା ମଧ୍ୟ କରାଯାଇଛି । କିନ୍ତୁ ଘରକୁ କେହି ଆସିଲେ ଘର ଆଗରେ ପୋଲିସକୁ ଦେଖି ଡରି ଯାଉଛନ୍ତି ଏବଂ ଦ୍ୱିତୀୟବାର ଘରକୁ ଆସିବା ପାଇଁ ମନା କରୁଛନ୍ତି । ପୀଡିତାର ବାପା କହିଛନ୍ତି ବୟସରୁ ଅଧିକ ଏବଂ ବିଧୁର ବ୍ୟକ୍ତି ହିଁ ଝିଅକୁ ବିବାହ ପାଇଁ ଦେଖିବାକୁ ଆସୁଛନ୍ତି । ମୋକଦ୍ଦମା କାରଣରୁ ଝିଅର ପାଠପଢା ମଧ୍ୟ ବ୍ୟାଘାତ ହୋଇଛି । ପୀଡିତାର ପିତା ଟ୍ରକରେ ମାଲ୍ ଯାତାୟାତ କରିବା କାର୍ଯ୍ୟ କରନ୍ତି କିନ୍ତୁ ଏହି ମୋକଦ୍ଦମା କାରଣରୁ ତାଙ୍କୁ ଟ୍ରକକୁ ବିକ୍ରି କରିବାକୁ ପଡିଛି ଏବଂ ତାଙ୍କୁ ବ୍ୟବସାୟରେ ମଧ୍ୟ କ୍ଷତି ସହିବାକୁ ପଡିଛି ।