କରୋନା ଯୋଦ୍ଧାଙ୍କୁ କରୋନା: ୧୨୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ କେନ୍ଦ୍ରାପଡାରୁ ୧୮ ଚିହ୍ନଟ; କ୍ୱାରେଂଟିନରେ ଥିଲେ ୧୨, ଅନ୍ୟ ୬ ଜଣଙ୍କ ମଧ୍ୟରେ ରହିଛନ୍ତି ଆଶା, ଅଙ୍ଗନବାଡି ୱାର୍କର

1,946

କନକ ବ୍ୟୁରୋ: କରୋନା ଯୋଦ୍ଧାଙ୍କୁ କରୋନା । ରାଜ୍ୟରେ ଆଜି ନୂଆ ୧୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ସର୍ବାଧିକ ୧୭ ଜଣ ସଂକ୍ରମିତ କେନ୍ଦ୍ରାପଡା ଜିଲ୍ଲାରୁ ହିଁ ଠାବ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରେ ରହିଛନ୍ତି ଆଶା, ଅଙ୍ଗନବାଡି ଏବଂ ସୁଇପର । ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ୧୨ ଜଣ ରାଜ୍ୟ ବାହାରୁ ଫେରି ସଂଗରୋଧ କେନ୍ଦ୍ରରେ ଅଛନ୍ତି । ଏବଂ ଅନ୍ୟ ୬ ଜଣଙ୍କ ମଧ୍ୟରେ ଆଶା , ଅଙ୍ଗନୱାଡି ୱାର୍କର ଓ ସୁରପର ରହିଛନ୍ତି ।

ଏପଟେ, ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୯୪୮କୁ ବୃଦ୍ଧି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ କେନ୍ଦ୍ରାପଡାରେ ୧୮, ଗଜପତିରେ ୧୬, ନୂଆପଡ଼ାରେ ୧୨, ବଲାଙ୍ଗୀରରେ ୧୧, ଗଂଜାମ ଓ ଯାଜପୁରରେ ୧୧, ଖୋର୍ଦ୍ଧାରେ ୭, ବାଲେଶ୍ୱରରେ, ସୁନ୍ଦରଗଡ଼ ଓ ମୟୁରଭଞ୍ଜରେ ୬ଜଣ ଲେଖାଏଁ, ପୁରୀ ଓ ଦେବଗଡ଼ରେ ୪ଜଣ ଲେଖାଏଁ, କେନ୍ଦୁଝରରେ ୩, ଜଗତସିଂପୁରରେ ୨ ଏବଂ ମାଲକାନଗିରି, ସମ୍ବଲପୁର ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।