ଆସିଲା ଆସର ରିପୋର୍ଟ : ବନ୍ଦ ରହିଛି ସ୍କୁଲ, ଟ୍ୟୁସନ ଉପରେ ଅଧିକ ନିର୍ଭରଶୀଳ ହେଉଛନ୍ତି ଛାତ୍ରଛାତ୍ରୀ
କରୋନା ସମୟରେ ରାଜ୍ୟରେ ସରକାରୀ ସ୍କୁଲରେ ବଢିଛି ପିଲାଙ୍କ ନାମଲେଖା; ଗତବର୍ଷ ତୁଳନାରେ ୩ ପ୍ରତିଶତ ବୃଦ୍ଧି ହୋଇଛି
କନକ ବ୍ୟୁରୋ : କରୋନା କାଳରେ ବଢିଛି ପିଲାଙ୍କ ନାମାଙ୍କନ । ବାର୍ଷିକ ଶିକ୍ଷା ସ୍ଥିତି ବିବରଣୀ ଆସେରରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଉଭୟ ଦେଶ ଓ ଓଡିଶାରେ ଏହି ହାର ବଢିଛି । ଦେଶର ସରକାରୀ ସ୍କୁଲରେ ୨୦୨୦ରେ ୬୬ ପ୍ରତିଶତ ଥିବାବେଳେ ୨୦୨୧ରେ ୭୦ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିଭଳି ଓଡିଶାରେ ୨୦୨୦ରେ ୮୧ପ୍ରତିଶତ ଥିବାବେଳେ ୨୦୨୧ରେ ୮୪ପ୍ରତିଶତକୁ ବଢିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେହିଭଳି ଟ୍ୟୁସନ ଉପରେ ଅଧିକ ନିର୍ଭରଶୀଳ ହୋଇଛନ୍ତି ପିଲା । ୨୦୨୦ରେ ପିଲାଙ୍କ ଟିଉସନ ୫୨ ପ୍ରତିଶତ ଥିବାବେଳେ ୨୦୨୧ରେ ଏହା ବଢି ୬୬ ପ୍ରତିଶତ ହୋଇଛି । ସେହଭଳି ଘରେ ସ୍ମାର୍ଟଫୋନର ଉପସ୍ଥିତି ବି ବଢିଛି । ଓଡିଶାରେ ଏହି ସଂଖ୍ୟା ୨୦୧୮ରେ ୨୬ ପ୍ରତିଶତ ଥିବାବେଳେ ୨୦୨୧ରେ ଏହା ୬୫ ପ୍ରତିଶତକୁ ବୃଦ୍ଧି ପାଇଛି । ରାଜ୍ୟରେ ୬୫ ପ୍ରତିଶତ ଘରେ ସ୍ମାର୍ଟଫୋନଥିବାବେଳେ ସେଥିରୁ ୪୬.୫ ପ୍ରତିଶତ ଏଭଳି ପିଲା ଅଛନ୍ତି ଯେଉଁମାନେ ସବୁ ସମୟରେ ସ୍ମାର୍ଟ ଫୋନ ବ୍ୟବହାର ପାଠପଢା ପାଇଁ କରିପାରୁଛନ୍ତି ।
ଏହି ସଂଖ୍ୟା ସମଗ୍ର ଦେଶରେ ୨୬ ପ୍ରତିଶତ ଅଛି । ଆସେରର ଅର୍ଥ ହେଲା ବିର୍ଷିକ ଶିକ୍ଷା ସ୍ଥିତିର ବିବରଣୀ । ଆସେରର ଅର୍ଥ ହେଲା ବାର୍ଷିକ ଶିକ୍ଷା ସ୍ଥିତିର ବିବରଣୀ । ଗ୍ରାମୀଣ ଭାରତର ୫ରୁ ୧୬ ବର୍ଷର ପିଲାମାନଙ୍କ ସ୍କୁଲରେ ନାମାଙ୍କନର ସ୍ଥିତି, ପାଠପଢା ଓ ଗଣିତ କରିବାର କ୍ଷମତାକୁ ରିପୋର୍ଟ କରିଥାଏ ।