ଏସବିଏମ୍ ବିଶ୍ୱବିଦ୍ୟାଳୟ ଆୟୋଜନ କରୁଛି ଅନ୍ତର୍ଜାତୀୟ ମ୍ୟାନେଜମେଣ୍ଟ କନଫରେନ୍ସ । ରାଜ୍ୟପାଳ କରିବେ ଉଦଘାଟନ୍ ।

160

କନକ ବ୍ୟୁରୋ: ଏପ୍ରିଲ ୨ ତାରିଖ ଓ ୩ ତାରିଖରେ ଏସବିଏମ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଆୟୋଜିତ କରିବାକୁ ଯାଉଛି ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ କନଫରେନ୍ସ । ଯାହାର ଚଳିତ ବର୍ଷ ଥିମ୍ ରହିଛି । ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି କାର୍ଯ୍ୟକ୍ରମକୁ ଉଦଘାଟନ୍ କରିବେ । ୟୁପିଏସସିର ପୂର୍ବତନ ଚେୟାରମ୍ୟାନ୍ ପ୍ରଫେସର ଡି.ପି ଅଗ୍ରୱାଲ ବିଶିଷ୍ଟ ଅତିଥି ଓ ରିଚାର୍ଡ ରେଖୀ, ବୋର୍ଡ ମେମ୍ବର, କେପିଏମଜି ଓ ପୂର୍ବତନ ସିଇଓ, କେପିଏମଜି, ଭାରତ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେବେ ।

ଆଇଆଇଏମ୍ ସମ୍ବଲପୁର, ଏସିବିଏସପି, ୟୁଏସଏ ଏବଂ ଲୋବୋଚେବସ୍କି ବିଶ୍ୱବିଦ୍ୟାଳୟ, ରୁଷିଆର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଏହି କନଫରେନ୍ସରେ ପ୍ୟାନେଲ ଆଲୋଚନା, ଉଭୟ ଫିଜିକାଲ ଓ ଅନଲାଇନ୍ ମୋଡରେ ବୈଜ୍ଞାନିକ ପେପର ପ୍ରସ୍ତୁତ କରାଯିବ । ଏହି କନଫରେନ୍ସରେ ବିଜନେସ୍ ଇନୋଭେସନ୍, ସୋସିଆଲ୍ ଇନୋଭେସନ୍, ଟେକ୍ନୋଲୋଜି ଇନୋଭେସନ୍ ଉପରେ ଧ୍ୟାନକେନ୍ଦ୍ରିତ କରାଯିବ । ତା ସହିତ ଏହି କାର୍ଯ୍ୟକ୍ରମରେ ରିସର୍ଚ୍ଚର, ମ୍ୟାନେଜମେଣ୍ଟ ସହ ଜଡିତ ବ୍ୟକ୍ତି, ଶିକ୍ଷକ, ଛାତ୍ର ଓ ଉଦ୍ୟୋଗୀମାନେ ଯୋଗେଦେବ ।