ଆସନସୋଲ ଆସନ ପାଇଁ ବିଜେପି ଦେଇଥିଲା ଲୋକସଭା ଟିକେଟ । ଲଢିବାକୁ ମନା କରିଦେଲେ ପୱନ ସିଂ

3,538

କନକ ବ୍ୟୁରୋ : ଭୋଜପୁରୀ ଗାୟକ ତଥା ବିଜେପିର ଆଶାୟୀ ପ୍ରାର୍ଥୀ ପୱନ ସିଂ ଆସନସୋଲ ଆସନରୁ ନିର୍ବାଚନ ଲଢିବେ ନାହିଁ ବୋଲି ମନା କରିଦେଇଛନ୍ତି । ଏନେଇ ପୱନ ସିଂ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେ ତାଙ୍କୁ ଟ୍ୱିଟର (ଏକ୍ସ) ରେ ଲେଖିଛନ୍ତି କି, ବିଜେପି ତାଙ୍କ ଉପରେ ଭରସା କରି ଟିକେଟ ଦେଇଥିବାରୁ ଦଳର ନେତୃ୍ତ୍ୱଙ୍କୁ କୃତଜ୍ଞତା ଜଣାଉଛି   । ପାର୍ଟି ମୋ ଉପରେ ଭରସା କରି ଆସନସୋଲ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଥିଲା, ହେଲେ କିଛି କାରଣରୁ ମୁଁ ଏହି ଆସନରୁ ଲଢିବାକୁ ଚାହୁଁନାହିଁ ବୋଲି ସେ କହିଛନ୍ତି ।

ସୂଚନା ଥାଉ କି, ଗତକାଲି ବିଜେପି ତରଫରୁ ୧୯୫ ଜଣ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା । ଏଥିଷର ପୱନ ସିଂଙ୍କ ନାମ ମଧ୍ୟ ସାମିଲ ଥିଲା । ପୱନ ସିଂଙ୍କ ବ୍ୟତୀତ ଭୋଜପୁରୀ ଇଣ୍ଡଷ୍ଟ୍ରିଜରୁ ଦିନେଶ ଲାଲ ଯାଦବ, ରବି କିଶନ ଓ ମନୋଜ ତିୱାରୀଙ୍କ ନାମ ମଧ୍ୟ ପ୍ରାର୍ଥୀ ତାଲିକାରେ ସାମିଲ ରହିଛି ।