ବିନା ହେଲମେଟରେ ଅସାଦୁଦ୍ଦିନ ଓୱେସୀ; ପଛରେ ଆଇଏଏସ୍ ଅଫିସରଙ୍କୁ ବସାଇ ଚଳାଇଲେ ବାଇକ୍, ଭାଇରାଲ ହେଲା ଫଟୋ

196

ଏଆଇଏମଆଇଏମ୍ ନେତା ଓ ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ବନିଛି । ଏହି ଫଟୋରେ ସାଂସଦ ଆଇଏଏସ୍ ଅଫିସରଙ୍କ ସାଥିରେ ବିନା ହେଲମେଟରେ ସହରରେ ରାସ୍ତାରେ ରୟାଲ ଏନଫିଲ୍ଡ ବାଇକ୍ ଚଲାଉଛନ୍ତି । ଏହି ଫଟୋରେ ଓୱେସୀଙ୍କ ପଛରେ ବସିଥିବା ଆଇଏଏସ୍ ଅଫିସରଙ୍କ ନାମ ଅରବିନ୍ଦ କୁମାର ଓ ସେ ତେଲେଙ୍ଗାନା ସରକାର ଅଧିନରେ ଆସୁଥିବା ମ୍ୟୁନିସିପାଲ ପ୍ରଶାସନିକ ବିଭାଗରେ ପ୍ରିନ୍ସିପାଲ ସେକ୍ରେଟାରୀ ଅଛନ୍ତି ।

ଜଣାଯାଉଛି କି ଓୱେସୀ ଓ ଆଇଏଏସ୍ ଅଧିକାରୀ ହାଇଦ୍ରାବାଦର ପୁରୁଣା ସହରରେ ନିଗମ କାର୍ଯ୍ୟ ତଦାରଖ କରିବା ପାଇଁ ଯାଉଥିଲେ । ଏହି ସମୟରେ ଉଭୟେ ହେଲମେଟ୍ ପିନ୍ଧିନଥିଲେ । ଅରବିନ୍ଦ କୁମାର ଖୁଲାସା କରିଛନ୍ତି କି, ହେଲମେଟ୍ ପିନ୍ଧିନଥିବାରୁ ତେଲେଙ୍ଗାନା ପୁଲିସକୁ ୧୩୫ ଟଙ୍କାର ଚାଲାଣ କାଟିବାକୁ ପଡିଛି । ସେ ଟ୍ୱିଟ କରି ଚାଲାଣର ଫଟୋ ମଧ୍ୟ ସେୟାର କରିଛନ୍ତି । ସେ ଟ୍ୱିଟରେ ଏହା ବି ଲେଖିଛନ୍ତି କି, ତାଙ୍କୁ କୌଣସି ଚାଲାଣ ଜାରି କରାଯାଇନଥିଲା, କିନ୍ତୁ ସେ ବିନା ହେଲମେଟରେ ଡ୍ରାଇଭ କରିବା ପାଇଁ ବିଧିବଦ୍ଧ ଭାବେ ଚାଲାଣ କାଟିଥିଲେ । କିନ୍ତୁ ଅସାଦୁଦ୍ଦିନ ଓୱେସୀଙ୍କ ତରଫରୁ ଏବେ ଚାଲାଣ କାଟିବା ବାକି ଅଛି ।