କନକ ବ୍ୟୁରୋ: ପାଖପାଖି ଦେଢବର୍ଷରୁ ଅଧିକ ସମୟ ଧରି ଚୀନ ସୀମାରେ ଭାରତ ଓ ଚୀନ ସେନା ବିଭିନ୍ନ ସମୟରେ ମୁହାଁମୁହିଁ ହୋଇଛନ୍ତି । ତେବେ ପୁଣି ଖବର ଆସୁଛି ଯେ, ଲଦ୍ଦାଖର ଡେପସାଙ୍ଗ ପାଖରେ ଚୀନ ବିଭିନ୍ନ କାର୍ଯ୍ୟ ଜାରିରଖିଛି । ଭାରତୀୟ ଗୁଇନ୍ଦା ସଂସ୍ଥା ନିକଟରୁ ଏହି ସୂଚନା ମିଳିଛି । ଏହାକୁ ନେଇ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓୱେସୀ କେନ୍ଦ୍ରସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଚୀନ ପକ୍ଷରୁ ନିର୍ମାଣ କାର୍ଯ୍ୟ ଜାରିରହିଛି । ତେବେ ଏହା ଉପରେ କେନ୍ଦ୍ର ସରକାର କାହିଁକି କୌଣସି ପଦକ୍ଷେପ ଉଠାଉ ନାହାନ୍ତି?
ଚୀନ ଲଗାତର ଭାରତ-ଚୀନ ସୀମାରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ଜାରିରଖିଛି । ଏହା କରିବା ଦ୍ୱାରା ସେଠାରେ ଅଧିକରୁ ଅଧିକ ସେନା ମୁତୟନ କରାଯାଇପାରୁଛି । ଭାରତ ସୀମାପାଖରେ ଚୀନ ଅନେକ ହେଲିପ୍ୟାଡ ନିର୍ମାଣ କରିଚାଲିଛି । ଯାହା ଦ୍ୱାରା ଭାରତ ଉପରେ ବିପଦ ସୃଷ୍ଟି ନେଇ ଅନୁମାନ କରାଯାଉଛି । ଗୁଇନ୍ଦା ବିଭାଗ ମଧ୍ୟ ପୂର୍ବରୁ ଏନେଇ ଖବର ଦେଇଥିଲେ । ଚଳିତ ଥର ମଧ୍ୟ ଗୁଇନ୍ଦା ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ଯେ, ଚୀନ ଅନେକ ରାସ୍ତା ନିର୍ମାଣ ଜାରିରଖିଛି । ଏହା ଛଡା କିଛି ନୂଆ ହେଲିପ୍ୟାଡ ମଧ୍ୟ ନିର୍ମାଣ କରିବା ସହ ସେନା କ୍ୟାମ୍ପ ମଧ୍ୟ ନିର୍ମାଣ ଜାରିରଖିଛି । ଏହି ସବୁ କ୍ୟାମ୍ପ ସେଠାରେ ହେଉଛି ଯେଉଁ ଅଞ୍ଚଳ ଭାରତର ।
ତେବେ ଏହାକୁ ନେଇ ହାଇଦ୍ରାବାଦର ସାଂସଦ ଅସଦୁଦ୍ଦିନ ଓୱେସୀ ନିଜ ଟ୍ୱିଟରରେ କେନ୍ଦ୍ର ସରକାରଙ୍କୁ ଘେରିଥିଲେ । ସେ ଲେଖିଥିଲେ, ଲଦ୍ଦାଖର ଡେପସାଙ୍ଗରେ ଚୀନ ବଡସ୍ତରରେ ନିର୍ମାଣକାମ ଜାରିରଖିଛି । ସେ ଏହି ବିଷୟରେ କଥା ହେବାକୁ ମଧ୍ୟ ଚାହୁଁନାହାନ୍ତି । ସେ ପିଏମକୁ ଟାର୍ଗେଟ କରି ଲେଖିଛନ୍ତି, ଆମର ୫୬ ଇଞ୍ଚର ବ୍ୟକ୍ତିଙ୍କର ଏହା ଉପରେ ଉତ୍ତର କଣ? ଘରକୁ ପୂରା ଚୁପ ରହିବା ଏବଂ ବାଲିରେ ଯାଇ ଜିନପିଙ୍ଗଙ୍କ ସହ ହାତ ମିଳାଇବା ।
Follow Us