କନକ ବ୍ୟୁରୋ : ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱେସିଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗୁଳିମାଡ ପରେ ଗୋଟିଏ ପଟେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଓୱେସିଙ୍କୁ ଦେଶଭକ୍ତ କହି ପ୍ରଶଂସା କରିଥିବା ବେଳେ ଏବେ ଗୁଳିକାଣ୍ଡ ପଛରେ ଗାନ୍ଧୀ ହତ୍ୟାକାରୀଙ୍କ ହାତ ଥିବା କଥା କହିଛନ୍ତି ଓୱେସି ।
ବାଗପତ ଛପରୌଲି ଠାରେ ଏକ ଜନସଭାକୁ ଉଦବୋଧନ ଦେବା ଅବସରରେ ଓୱେସି କହିଛନ୍ତି କି, ମୋ ଉପରେ ସେହିମାନେ ଗୂୁଳି ଚଳାଇଛନ୍ତି ଯେଉଁମାନେ ଗାନ୍ଧୀଜୀଙ୍କୁ ଗୁଳିକରି ହତ୍ୟା କରିଥିଲେ । ଏହାସହ ସେ କହିଥିଲେ କି ଜଦି ଜଣେ ଓୱେସି ମରିଯାଏ ତେବେ ଦେଶକୁ ରକ୍ଷା କରିବାକୁ ହଜାର ହଜାର ଓୱେସି ଜନ୍ମ ନେବେ । ଅନ୍ୟପଟେ ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି କି ଯେତେବେଳେ କେନ୍ଦ୍ର ସରକାର ସାଧାରଣ ଜନତାଙ୍କ ଧନ ଜୀବନ ସୁରକ୍ଷା କରିପାରୁ ନାହାଁନ୍ତି ସେତେବେଳେ ସେ ମୋତେ ଜେଡ କାଟାଗୋରୀ ସୁରକ୍ଷା ଦେବାର ମାନେ କଣ ? ଏହାସହ ବନ୍ଧୁକର ଗୁଳି ତାଙ୍କୁ ଅଟକାଇପାରିବ ନାହିଁ ବୋଲି ସେ ଜନସଭାରେ ସ୍ପଷ୍ଟ କରିଦେଇଛନ୍ତି ।
କହିରଖୁ କି ଗୁରୁବାର ଦିନ ଉତ୍ତର ପ୍ରଦେଶର ଏକ ନିର୍ବାଚନ ପ୍ରଚାର ସାରି ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱେସି ଦିଲ୍ଲୀ ଫେରୁଥିବା ବେଳେ ତାଙ୍କ ଉପରକୁ ହଠାତ ଆକ୍ରମଣ ହୋଇଥିଲା । କିଛି ଅସାମାଜିକ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ହେଲେ ଗୁଳି ଓୱେସିଙ୍କ ଉପରେ ନବାଜି ତାଙ୍କ ଗାଡିରେ ବାଜିଥିଲା । ଏନେଇ ଅଭିଯୋଗ ହେବା ପରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ସ୍ୱିକାର କରିଛନ୍ତି କି ସେମାନେ ଓୱେସିଙ୍କୁ ଗୁଳି ମାରିଥିଲେ ହେଲେ ଓୱେସି ନଇଁ ପଡିବାରୁ ୪ ଟି ଯାକ ଗୁଳି ତାଙ୍କ ଗାଡିରେ ବାଜିଥିଲା ।
Follow Us