କନକ ବ୍ୟୁରୋ: ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ ଓୱେସୀ ବିଲକିସ ବାନୋ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିତା ଛାଡିବା ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ଗୁଜରାଟର ଡିଫେନ୍ସ ଏକ୍ସପୋରେ ପ୍ରଧାନମନ୍ତ୍ରୀ କହିଥିଲେ ଦେଶ ପ୍ରଥମେ ପାରା ଛାଡୁଥିଲା, ବର୍ତ୍ତମାନ ଚିତା ଛାଡିବାର ବଳ ରଖୁଛି । ଏହାକୁ ନେଇ ଓୱେସୀ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ଦୁଷ୍କର୍ମକାରୀ କଣ? ତାଙ୍କର ଏହି ବୟାନ ବିଲକିସ ବାନୋ ମାମଲାକୁ ନେଇ ଥିଲା ଯେଉଁଥିଲେ ସମସ୍ତ ଦୋଷୀଙ୍କୁ ଦୋଷମୁକ୍ତ କରିଦିଆଯାଇଥିଲା ।
ଗୁଜରାଟ ଦଙ୍ଗା ବେଳେ ବିଲକିସ ବାନୋଙ୍କ ସହ ଦୁଷ୍କର୍ମ କରାଯାଇଥିଲା । କେବଳ ଏତିକି ନୁହେଁ, ତାଙ୍କ ସହ ବର୍ବରତା ଦେଖାଯାଇଥିଲା । ସେହି ସମୟରେ ସେ ପାଞ୍ଚ ମାସର ଗର୍ଭବତୀ ଥିଲେ । ୧୫ ବର୍ଷ ଜେଲରେ ରହିବା ପରେ ୧୧ ଦୋଷୀଙ୍କୁ ଗୁଜରାଟ ସରକାର ମୁକ୍ତ କରିଦେଇଥିଲେ ।
Follow Us