କନକ ବ୍ୟୁରୋ : ଶ୍ରୀମନ୍ଦିରରେ ସେବାୟତ ସଂକ୍ରମଣ ସଂଖ୍ୟା ବଢିବା ପରେ ଆକ୍ସନରେ ଶ୍ରୀମନ୍ଦିର ପ୍ରଶାସନ । ଏଥିପାଇଁ ଶ୍ରୀମନ୍ଦିରରେ ଆଜିଠୁ ପୁଣି ଯାଂଚ କଡାକଡି ହୋଇଛି । ଶ୍ରୀମନ୍ଦିରରେ ବର୍ତମାନସୁଦ୍ଧା କରୋନା ସଂକ୍ରମିତ ସେବାୟତଙ୍କ ସଂଖ୍ୟା ୪ ଶହ ଡେଇଁଲାଣି । ୫୩ ଜଣ ଶ୍ରୀମନ୍ଦିର କର୍ମଚାରୀ ସଂକ୍ରମିତ ହୋଇସାରିଲେଣି । ଦିନକୁ ଦିନ ସଂକ୍ରମଣ ବଢୁଥିବାରୁ ପ୍ରଶାସନର ଚିନ୍ତା ବଢିଯାଇଛି । ଏଥିଲାଗି ଯାଂଚ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଥର୍ମାଲ ସ୍କିନିଂ, ସାନିଟାଇଜର ଆଦିର ବ୍ୟବସ୍ଥା ସହ ଯାଂଚ ଚାଲିଛି ।

Advertisment

ଏହା ସହ ପାନ , ଗୁଟଖା ଉପରେ କଡା ନଜର ରଖିବାକୁ କୁହାଯାଇଛି । ଯେଉଁମାନେ କରୋନା ସଂକ୍ରମିତ ହୋଇଛନ୍ତି, ତାର ଏକ ତାଲିକା ମନ୍ଦିର କମାଣ୍ଡରଙ୍କୁ ଦିଆଯାଇଛି । ମନ୍ଦିର କମାଣ୍ଡର ସେହି ଅନୁସାରେ ସମସ୍ତଙ୍କ ଉପରେ ନଜର ରଖିବେ । କେହି କରୋନା ସଂକ୍ରମିତ ଥାଇ ଯଦି ମନ୍ଦିର ଭିତରେ ପ୍ରବେଶ କରିନ୍ତି ବା ପ୍ରବେଶ କରିବାକୁ ଉଦ୍ୟମ କରନ୍ତି ତେବେ ତାଙ୍କୁ ମହାମାରୀ ଆଇନରେ ଗିରଫ ବି କରାଯିବ । ଶ୍ରୀମନ୍ଦିର ଭିତରେ ସାମାଜିକ ଦୂରତା ନିୟମକୁ କଡକାଡି କରାଯାଇଛି ।

ଏ ସମ୍ପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ଶ୍ରୀମନ୍ଦିରରେ କରୋନା ଯାଞ୍ଚ ସହ ପାନ, ଗୁଟ୍‌ଖା ଆଦି ଉପରେ କଡ଼ା ନଜର ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଯେଉଁ ସେବାୟତ ଅବା କର୍ମଚାରୀ ସଂକ୍ରମିତ ହୋଇଛନ୍ତି, ସେମାନଙ୍କର ଏକ ତାଲିକା ମନ୍ଦିର କମାଣ୍ଡରଙ୍କୁ ପ୍ରଦାନ କରାଯାଇଛି। ମନ୍ଦିର କମାଣ୍ଡର ସେହି ଅନୁଯାୟୀ ସମସ୍ତଙ୍କ ଉପରେ ନଜର ରଖିବେ। ଯଦି କେହି କରୋନା ସଂକ୍ରମିତ ଥାଇ ବି ଶ୍ରୀମନ୍ଦିରରେ ପ୍ରବେଶ କରନ୍ତି ଅବା ପ୍ରବେଶ କରିବାକୁ ଉଦ୍ୟମ କରନ୍ତି, ତାଙ୍କ ନାଁରେ ଥାନାରେ ଏତଲା ଦିଆଯିବ। ସେମାନଙ୍କୁ ମହାମାରୀ ଆଇନରେ ଗିରଫ ବି କରାଯିବ। ଶ୍ରୀମନ୍ଦିର ଭିତରେ ସାମାଜିକ ଦୂରତା ରକ୍ଷା ନିୟମକୁ ବି କଡ଼ାକଡ଼ି କରାଯାଇଛି। ଆଜି ସଂଧ୍ୟାରେ ଜେଟିପିମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ଉପରେ କଡ଼ା ନଜର ରଖିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯାଞ୍ଚ ବ୍ୟବସ୍ଥା ସହ ଅନ୍ୟ ଆଦେଶ ସଠିକ୍‌ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ, ତାର ଅନୁଧ୍ୟାନ ପାଇଁ ଡେପୁଟି ଆଡ୍‌ମିନିଷ୍ଟେସନ୍‌ଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି।