କନକ ବ୍ୟୁରୋ : ତାଇୱାନ ଜଳରାଶିରେ ବିସ୍ଫୋରକ ସ୍ଥିତି । ତାଇୱାନ୍ ଜଳରାଶିରେ ଚୀନର ଦାଦାଗିରି । ତାଇୱାନ-ଆମେରିକା-ଜାପାନ ଏକାଠି ହୋଇଛନ୍ତି । ଚୀନର ପ୍ରୟାସକୁ ପଣ୍ଡ କରିବା ପାଇଁ ଉଦ୍ୟମ ହେଉଛି । ଆମେରିକା ପୂର୍ଣ୍ଣ ସହାୟତା ଯୋଗାଇ ଦେଇଛି । ଆମେରିକା ଓ ଜାପାନ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଠୁଳ କରୁଛନ୍ତି ।

Advertisment

ମହାବିନାଶକାରୀ ବିମାନବାହୀ ଯୁଦ୍ଧପୋତ ଆମେରିକା ମୁତୟନ କରିଛି । ବିଭିନ୍ନ ରେଞ୍ଜର କ୍ଷେପଣାସ୍ତ୍ର ନିଜ ଯୁଦ୍ଧପୋତରେ ମହଜୁତ ଅଛି । ମେରିନ୍ କମାଣ୍ଡୋ ବାହିନୀକୁ ମଧ୍ୟ ନିୟୋଜିତ କରାଯାଇଛି । କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ଜାପାନ ହାଇଆଲର୍ଟରେ ରଖିଛି । ତାଇୱାନକୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଦିଆଯାଇଛି । ଚୀନ୍ ଡ୍ରୋନଗୁଡ଼ିକୁ ଆକ୍ରମଣ କରି ଖସାଇ ଦିଆଯାଇ ପାରିବ ।

ତାଇୱାନର ଯୁଦ୍ଧାଭ୍ୟାସ

- ପିଙ୍ଗଟୁଙ୍ଗରେ ତାଇୱାନର ଜୋରଦାର ସମରାଭ୍ୟାସ
- ରାତିର ଅନ୍ଧାରରେ ବି ଯୁଦ୍ଧାଭ୍ୟାସ କରୁଛି ତାଇୱାନ
- ଫାଇଟର ଜେଟ୍କୁ ମଧ୍ୟ ଯୁଦ୍ଧକ୍ଷେତ୍ରକୁ ଆଣିଛି ତାଇୱାନ
- ସ୍ୱଦେଶୀ ଯୁଦ୍ଧ ଜାହାଜ ଦ୍ୱାରା ବି ଚାଲିଛି ଯୁଦ୍ଧାଭ୍ୟାସ
- ଜୋରଦାର ଯୁଦ୍ଧାଭ୍ୟାସ କରିଛନ୍ତି ତାଇୱାନ ସେନା
- ଆମେରିକା ଓ ଜାପାନ ତାଇୱାନକୁ କରୁଛନ୍ତି ସମର୍ଥନ
- ତାଇୱାନ ଷ୍ଟ୍ରେଟ୍ରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଠୁଳ ହେଉଛି

ସୀମା ଅତିକ୍ରମ କରୁଛି ଚୀନ

- ତାଇୱାନ ଜଳରାଶିରେ ପ୍ରବେଶ କରିଛି ୪ ଚୀନ୍ ଯୁଦ୍ଧ ବିମାନ
- ୫ଟି ନୌସେନା ଜାହାଜ ମୁତୟନ କରିଛି ଚୀନ୍
- ସୀମା ଅତିକ୍ରମ କରିଛି କମ୍ବାକ୍ଟ ଏୟାରକ୍ରାଫ୍ଟ
- ଚୀନ୍ର ଏକ ଡ୍ରୋନ୍ ମାରି ଖସାଇ ଦେଇଛି ତାଇୱାନ
- ଆମେରିକାର ପଦକ୍ଷେପ ରୋକିବା ପାଇଁ ଚେତାବନୀ ଦେଉଛି ଚୀନ୍
- ଚୀନ୍ର ଚେତାବନୀକୁ ଅଣଦେଖା କରୁଛି ଆମେରିକା
- ତାଇୱାନର ସୁରକ୍ଷା ପାଇଁ ପଦକ୍ଷେପ ନେବ ବୋଲି କହିଛି ଆମେରିକା