ଚାଲିଛି ଗଣତି, ଆସୁଛି ଟ୍ରେଣ୍ଡ । ବର୍ତ୍ତମାନ ସୁଦ୍ଧା ୫୦ ସିଟରେ ଆଗୁଆ ବିଜେପି, ୩୫ ସିଟରେ ଆଗୁଆ ବିଜେଡି ।

372

କନକ ବ୍ୟୁରୋ: ଚାଲିଛି ଭୋଟ୍ ଗଣତି, ଆସୁଛି ଟ୍ରେଣ୍ଡ । ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡରେ, ରାଜ୍ୟରେ ବିଜେପି ଆଗରେ ଚାଲୁଥିବାବେଳେ, ପଛରେ ପଡିଛି ବିଜେଡି । ୧୪୭ ବିଧାନସଭା ଆସନରୁ ୯୪ ବିଧାନସଭା କ୍ଷେତ୍ରର ଟ୍ରେଣ୍ଡ ସାମ୍ନାକୁ ଆସିଥିବାବେଳେ, ତା ଭିତରୁ ୫୦ଟି ସିଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ । ସେହିପରି ୩୫ ଆସନରେ ବିଜେଡି ପ୍ରାର୍ଥୀ ଏବଂ ୭ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଆଗରେ ରହିଛନ୍ତି । ଘଷିପୁରା ଆସନରେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆଗୁଆ ରହିଛନ୍ତି ।