ଦିନ ୨ଟା ସୁଦ୍ଧା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି, ରେଳବିଭାଗ ପକ୍ଷରୁ ଦିଆଗଲା ସୂଚନା 

739

କନକ ବ୍ୟୁରୋ: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଛି । ସେହିଭଳି ୭୪୭ ଜଣ ଆହତଙ୍କ ଡାକ୍ତରଖାନାରେ ଚାଲିଛି ଚିକିତ୍ସା । ଏବେ ମଧ୍ୟ ୫୬ ଜଣ ଗୁରୁତରଙ୍କର ଚାଲିଛି ଚିକିତ୍ସା । ଦିନ ୨ଟା ସୁଦ୍ଧା ଏହି ତଥ୍ୟ ଆସିଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ ବାଲେଶ୍ୱର ବାହାନଗା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।