କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନରେ ମୋଦୀଙ୍କୁ କ୍ଷମତାଚ୍ୟୁତ କରିବାକୁ ନୀତୀଶଙ୍କ ଫର୍ମୁଲା । ମୋଦୀ ବିରୋଧୀଙ୍କୁ ଏକାଠି କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ । ହେଲେ ବିଭିନ୍ନ ରାଜନୈତିକ ଦଳରେ ବିଚାରଗତ ବିଭେଦ ଥିବରୁ ସମସ୍ତେ ଏକାଠି ହୋଇପାରୁ ନାହାନ୍ତି । ପ୍ରସଙ୍ଗ ଭିତିରେ ମତଭେଦ ଦେଖା ଦେଉଛି ।

Advertisment

ଦିଲ୍ଲୀରେ ନିର୍ବାଚିତ ସରକାରଙ୍କ କ୍ଷମତା ସଂକୁଚିତ କରିବା ପାଇଁ କେନ୍ଦ୍ର ଆଣିଥିବା ଅଧ୍ୟାଦେଶକୁ ନେଇ କଂଗ୍ରେସ ଦୁଇଫାଳ ହୋଇଯାଇଛି । ଦିଲ୍ଲୀ ଓ ପଞ୍ଜାବ କଂଗ୍ରେସର ନେତାମାନେ ଆମ୍ ଆଦମୀ ପାର୍ଟିକୁ ସମର୍ଥନ ନକରିବା ପାଇଁ ଦଳର ହାଇକମାଣ୍ଡଙ୍କୁ ଅନୁରୋଧ କରିଛନ୍ତି । କେଜ୍ରିୱାଲଙ୍କୁ ବିଶ୍ୱାସ ନକରିବା ପାଇଁ ସେମାନେ ତାଗିଦ୍ କରିଛନ୍ତି । ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ବିରୋଧୀ କେମିତି ଏକାଠି ହୋଇ ବିଜେପି ଓ ମୋଦୀଙ୍କ ବିରୋଧରେ ଲଢିବେ, ସେଥିପାଇଁ ଏକ ଫର୍ମୁଲା ବାହାର କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।

ନୀତୀଶଙ୍କ ଫର୍ମୁଲା
କେମିତି ହାରିବେ ମୋଦୀ ?

- ସହମତି ଭିତ୍ତିରେ ବିଜେପି ବିରୋଧରେ ପ୍ରାର୍ଥୀ ଦେବାକୁ ପ୍ରସ୍ତାବ
- ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ସବୁ ଦଳ ସମର୍ଥନ କରିବା ଉଚିତ୍
- ୨୦୨୪ ଲୋକସଭା ନିର୍ବାଚନ ପାଇଁ ନୀତୀଶ କୁମାରଙ୍କ ଫର୍ମୁଲା
- ସ୍ଥାନ ବିଶେଷରେ ଆଂଚଳିକ ଦଳର ପ୍ରାର୍ଥୀ ଦେବାକୁ ନୀତୀଶଙ୍କ ପ୍ରସ୍ତାବ
- ବିଜେପି ବିରୋଧରେ ବିଜୟ ସମ୍ଭାବନା ଥିବା ଆଂଚଳିକ ଦଳର ପ୍ରାର୍ଥୀ ଲଢ଼ିବେ
- ସହମତି ଭିତ୍ତିରେ ଅନ୍ୟଦଳ ପ୍ରାର୍ଥୀ ପ୍ରତ୍ୟାହର କରିନେବାକୁ ପ୍ରସ୍ତାବ
- ମୋଦୀ ବିରୋଧୀ ଦଳ ପରସ୍ପର ବିରୋଧରେ ନଲଢିବାକୁ ନୀତୀଶଙ୍କ ପ୍ରସ୍ତାବ
- ପରସ୍ପର ବିରୋଧରେ ଲଢିଲେ ବିଜେପି ବିରୋଧୀ ଭୋଟ୍ ଭାଗ ହୋଇଯିବା ଆଶଙ୍କା
- ବିରୋଧୀ ଏକାଠି ହୋଇ ଲଢିଲେ ବିଜେପିକୁ ହରାଇବା ହେବ ସମ୍ଭବ
- ସମସ୍ତେ ଏକାଠି ହୋଇ ଲଢିଲେ ବିଜେପିକୁ ୧୦୦ ସିଟ୍ରେ ସୀମିତ ରଖିହେବ
- ବିହାର ବିଧାନସଭା ନିର୍ବାଚନରେ ସଫଳ ହୋଇଥିଲା ଏଭଳି ପ୍ରୟୋଗ
- ବିଜେପିକୁ କ୍ଷମତାରୁ ଦୂରେଇ ରଖିବାରେ ସଫଳ ହୋଇଥିଲା ମହାଗଠବନ୍ଧନ

ନୀତୀଶଙ୍କ ଫର୍ମୁଲା ପଛରେ
ବିଜେପି ଭୋଟ୍ ଗଣିତ

- ୨୦୧୯ ଲୋକସଭା ନିର୍ବାଚନରେ ବିଜେପିକୁ ମିଳିଥିଲା ୩୮% ଭୋଟ୍
- ବିଜେପି ଓ ଏନଡିଏ ମେଂଟ ମିଶି ପାଇଥିଲେ ୪୫% ଭୋଟ୍
- ପୂର୍ବ ଲୋକସଭା ନିର୍ବାଚନରେ ଏନଡିଏ ମେଂଟକୁ ମିଳିଥିଲା ୬୨% ଭୋଟ୍
- ଏବେ ଏନଡିଏ ମେଂଟରେ ନାହାନ୍ତି ଶିରୋମଣି ଅକାଳି ଦଳ ଓ ଉଦ୍ଧବ ଗୋଷ୍ଠୀ
- ବିହାର, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ଦିଲ୍ଲୀରେ ବିଜେପିକୁ ରୋକିବା ସମ୍ଭବ ହୋଇପାରେ
- କର୍ଣ୍ଣାଟକରେ କଂଗ୍ରେସ ବିଜୟ ପରେ ସରକାର ବିରୋଧୀ ସ୍ୱରକୁ ନେଇ ବିରୋଧୀଙ୍କ ବିଜୟ ସମ୍ଭାବନା ବଢିଯାଇଛି

ବିରୋଧୀ : -

ନୀତୀଶ କୁମାର
ମଲ୍ଲିକାର୍ଜୁନ ଖଡଗେ
ତେଜସ୍ୱୀ ଯାଦବ
ମମତା ବାନାର୍ଜୀ
ଅଖିଳେଶ ଯାଦବ
ଏମକେ ଷ୍ଟାଲିନ
ଉଦ୍ଧବ ଠାକରେ
ଶରଦ ପାୱାର
ଅରବିନ୍ଦ କେଜ୍ରିୱାଲ
ହେମନ୍ତ ସୋରେନ
ଡି ରାଜା
ସୀତାରାମ ୟେଚୁରୀ