ରାତି ବଢିଲେ ଭୁବନେଶ୍ୱରରେ ବଢୁଛି ଅପରାଧୀଙ୍କ ରାଜୁତି: ହାତରେ ହତିଆର ଓ ବନ୍ଧୁକ ଧରି ରାଜରାସ୍ତାକୁ କରୁଛନ୍ତି କବଜା

146

କନକ ବ୍ୟୁରୋ: ରାଜଧାନୀରେ ପ୍ରତ୍ୟେକ ଦିନ ଘଟୁଛି ଅପରାଧ । କେତେବେଳେ ଲୁଟ୍ ତ କେତେବେଳେ ଲୋକଙ୍କୁ ହେଉଛି ଆକ୍ରମଣ । ରାତି ହେଲେ ବଢୁଛି ଅପରାଧୀଙ୍କ ରାଜୁତି । ରାଜଧାନୀ ରାସ୍ତାକୁ ନିଜ କବଜା ନେଉଛନ୍ତି ଅପରାଧୀ । ହାତରେ ମାରଣାସ୍ତ୍ର ଧରି ବାହାରକୁ ବାହାରି ଆସୁଛନ୍ତି ଏହି ଅପରାଧୀମାନେ । କାହା ହାତରେ ବନ୍ଧୁକ ତ ଆଉ କାହା ହାତରେ ଭୁଜାଲି ।

ବଡ଼ ବଡ଼ ଗାଡିରେ ବସି ପୂରା ତେଲଗୁ ଫିଲ୍ମ ଷ୍ଟାଇଲ୍ରେ ରାଜଧାନୀ ରାସ୍ତାରେ ଚକ୍କର କାଟୁଛନ୍ତି । ଆଉ ରାତି ବଢିଲେ ଏମାନଙ୍କ ରାଜୂୁତି କହିଲେ ନସରେ । ରାସ୍ତା ଉପରେ ଆରମ୍ଭ ହୋଇଯାଉଛି ଗୀତ ନାଚର ଆସର । କିଏ ଗାଡି ଉପରେ ନାଚୁଛି ତ ଆଉ କିଏ ରାସ୍ତାରେ ଗାଡି ରଖି ନାଚିବା ଆରମ୍ଭ କରିଦେଉଛି । କେବଳ ଏତିକି ନୁହଁ, ନାଚ ଗୀତ ସରିବା ପରେ ଫଟୋ ସେସନ୍ ବି ହେଉଛି ।

ହାତରେ ହତିଆର ଓ ରଭରବଲ ଧରି ଏହି ଅପରାଧୀମାନେ ଏପରି ହେଉଛନ୍ତି ଯେ, ରାତିରେ ବାହାରିବା ପାଇଁ ଡର ଲାଗୁଛି । ଅପରାଧୀଙ୍କ ଏପରି କାର୍ଯ୍ୟକଳାପ ବେଳେ ଜଣେ ସାଧାରଣ ଲୋକ ରାତିରେ କିପରି ଘରୁ ବାହାରିବ । ଯଦି ଏପରି ସମୟରେ ଜଣେ ଲୋକ ଅପରାଧୀଙ୍କ ହାବୁଡରେ ପଡ଼ିଯାଏ, ତେବେ ତାର ଅବସ୍ଥା କ’ଣ ହେବ ?