ମିଜୋରାମରେ ଶରଣ ନେଇଛନ୍ତି ମ୍ୟାମାରର ୬୦୦ ପଳାତକ ସୈନିକ । ଚିନ୍ତା ବ୍ୟକ୍ତକଲେ ମିଜୋରାମ ମୁଖ୍ୟମନ୍ତ୍ରୀ

ମିଜୋରାମରେ ଶରଣ ନେଇଛନ୍ତି ମ୍ୟାମାରର ୬୦୦ ପଳାତକ ସୈନିକ । ଚିନ୍ତା ବ୍ୟକ୍ତକଲେ ମିଜୋରାମ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ମ୍ୟାମାରରେ ଶକ୍ତିଶାଳୀ ବିଦ୍ରୋହୀ ବାହିନୀ ଏବଂ ଜୁଣ୍ଟା-ଶାସନ ମଧ୍ୟରେ ଚାଲିଥିବା ଲଢେଇ ମଧ୍ୟରେ ଶହ ଶହ ମିଆଁମାର ସେନା ଭାରତ ଆଡକୁ ପଳାଇଆସୁଛନ୍ତି । ଏହି ଘଟଣା ବାବଦରେ ମିଜୋରାମ ସରକାର କେନ୍ଦ୍ର ସରକାରଙ୍କୁ ସୂଚନା ଦେଇଛନ୍ତି । ଏବଂ ପଡୋଶୀ ଦେଶର ସୈନ୍ୟ ମାନଙ୍କୁ ଶୀଘ୍ର ତାଙ୍କ ଦେଶକୁ ପଠାଇଦେବା ନେଇ ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ସବୁଠାରୁ ଗୁତୁତ୍ୱପୂର୍ଣ୍ଣ କଥା ହେଉଛି କି ମ୍ୟାମାର ସେନାର ପ୍ରାୟ ୬୦୦ ସୈନ୍ୟ ଭାରତରେ ଅନୁପ୍ରବେଶ କରିଛନ୍ତି । ସେମାନେ ମିଜୋରାମର ଲାଙ୍ଗଟଲାଇ ଜିଲ୍ଲାରେ ଆଶ୍ରୟ ନେଇଛନ୍ତି ।

ସରକାରୀ ଦଲିଲ ଅନୁସାରେ ମିଆଁମାରର ପଶ୍ଚିମ ରାଜ୍ୟ ରକାଇନର ଏକ ଜାତୟ ସଶସ୍ତ୍ର ଗୋଷ୍ଠୀ ଆରାକାନ୍ ଆର୍ମିର ଶିବିରକୁ କବଜା କରିଛନ୍ତି । ସେ କହିଛନ୍ତି ଯେ ଆସାମ ରାଇଫଲ୍ସ କ୍ୟାମ୍ପରେ ସୈନ୍ୟ ମାନଙ୍କୁ ଆଶ୍ରୟ ଦିଆଯାଇଛି । ମିଜୋରାମ ଏହିଭଳି ପରିସ୍ଥିତି ଉପରେ ନଜର ରଖି ମୁଖ୍ୟନ୍ତ୍ରୀ ଲାଲଦୁହୋମା ଶିଲଙ୍ଗରେ ଅନୁଷ୍ଠିତ ଏକ୍ସ କାଉନସିଲ୍ ବୈଠକର ପୁରା ଅଧିବେଶନରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହିତ ଆଲୋଚନା କରିଥିଲେ । ସରକାର ଦଲିଲ ଅନୁସାରେ ମିଜୋରାମ ତରଫରୁ ମ୍ୟାମାରର ପଳାତକ ସୈନିକଙ୍କୁ ତୁରନ୍ତ ସେମାନଙ୍କ ଦେଶକୁ ପଠାଇଦେବା ଉପରେ ଜୋର ଦେଇଥିଲେ ।

ମିଜୋରାମର ମୁଖ୍ୟମନ୍ତ୍ରୀ ଲାଲଦୁହୋମା ଅଧିବେଶନ ପରେ ସାମ୍ବାଦିକମାନଙ୍କୁ କହିଥିଲେ କି, ମ୍ୟାମାରର ସେନା ଶରଣ ନେବାକୁ ମ୍ୟାମାର ଛାଡି ମିଜୋରମ ଆସିଛନ୍ତି । ରାଜ୍ୟ ସରକାର ମାନବତା ଆଧାରରେ ସେମାନଙ୍କୁ ସହାୟତା କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe