କନକ ବ୍ୟୁରୋ : ଥମୁନି ବାଲାକୋଟ ଝଡ । ବାରମ୍ବାର ଭିନ୍ନ ଭିନ୍ନ ତଥ୍ୟ ପ୍ରକାଶ ପାଉଛି ବାଲାକୋଟକୁ ନେଇ । ତେବେ ଏହି ଘଟଣା ସମ୍ପର୍କରେ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା ହୋଇଛି । ମିଳିଥିବା ସୂଚନା ଅନୁସାରେ, ଭାରତୀୟ ବାୟୁ ସେନା ଦ୍ୱାରା ବାଲାକୋଟରେ କରାଯାଇଥିବା ଏୟାରଷ୍ଟ୍ରାଇକରେ ୧୭୦ ଜଣ ଆତଙ୍କବାଦୀ ନୀହତ ହୋଇଛନ୍ତି । ଏନେଇ ଇଟାଲିର ଜଣେ ସାମ୍ବାଦିକ ଦାବୀ କରିଛନ୍ତି । ସାମ୍ବାଦିକ ଫ୍ରେନ୍ସିସି ମେରିନୋ ତେବେ ଷ୍ଟ୍ରିଂଜର ଏସିଆ.ଇନ ନାମକ ଏକ ୱେବ ସାଇଟରେ ବାଲାକୋଟ ଏୟାର ଷ୍ଟ୍ରାଇକର ସମସ୍ତ ଘଟଣା ଲେଖିଛନ୍ତି । ତେବେ ଆକ୍ରମଣରେ ୧୭୦ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରିଛନ୍ତି ସାମ୍ବାଦିକ ମେରିନୋ । ତେବେ ଏହି ଆକ୍ରମଣ ସମୟରେ କିଛି ଟ୍ରେନର ମଧ୍ୟ ଥିବା ନେଇ ସୂଚନା ମିଳିଛି ।
/kanak/media/post_attachments/wp-content/uploads/2019/03/Balakot-771088274_6.jpg)
ତେବେ ସେଠାରେ କୁହାଯାଇଛି ଯେ, ଜୈଶ ଏ ମୁହମ୍ମଦ ଆତଙ୍କବାଦୀ କ୍ୟାମ୍ପକୁ ଯିବା ପାଇଁ ପାହାଡ ଚଢିକି ଯିବା ପାଇଁ ପଡେ । ଯେଉଁଠାରୁ ଜୈସ ଏ ମହମ୍ମଦ କ୍ୟାମ୍ପ ଯିବା ପାଇଁ ରାସ୍ତା ଆରମ୍ଭ ହୋଇଥାଏ । ଠିକ ଏହି ସ୍ଥାନରେ ବ୍ଲୁପାଇନ ନାମକ ଏକ ହୋଟେଲ ଅଛି । ପାହାଡ ପହଞ୍ଚିବା ପରେ ଏକ ସାଇନ ବୋର୍ଡ ଦେଖିବାକୁ ମିଳେ, ଯେଉଁଠି ତାଲିମ ଉଲ କୁରାନ ଲେଖା ହୋଇଛି । ତେବେ ଏହି ବୋର୍ଡ ସେ ବୋର୍ଡ ଭଳି ନୁହେଁ ଯେଉଁଠି ମସୁଦ ଅଜହର ଏବଂ ଜୈସଏ ମହମ୍ମଦର ନାମ ଲେଖା ହୋଇଥିଲା । ମସୁଦକୁ ଅନ୍ତରଷ୍ଟ୍ରୀୟ ଆତଙ୍କବାଦୀ ଘୋଷଣା କରିବା ପରଠାରୁ ହିଁ ବୋର୍ଡରୁ ମସୁଦର ନାମକୁ ଲିଭା ଯାଇଛି ।
/kanak/media/post_attachments/wp-content/uploads/2019/02/balakot-06_022719094629.jpg)
ମେରିନା ଆହୁରି ମଧ୍ୟ ଲେଖିଛନ୍ତି କି ବର୍ତ୍ତମାନ ଏହି କ୍ୟାମ୍ପରେ କିଛି ଛୋଟ ଶିଶୁ ଏବଂ ଚାରି ପାଞ୍ଚ ଜଣ ମୈାଲାନା ହିଁ ଦେଖା ଯାଉଛନ୍ତି । କାରଣ ଏହି ସ୍ଥାନକୁ ସଂପୂର୍ଣ୍ଣ ରୂପେ ଖାଲି କରାଯାଇଛି । ଫଳରେ ଜୈସର ଗତିବିଧିକୁ ଦେଖାଯାଇପାରିବ । ଜୈସ କ୍ୟାମ୍ପ ପାଖରେ ବିଶିୟନ ଟାଉନସିପ ଅଛି । ହମଲାର ପରବର୍ତ୍ତୀ ଦିନ ମୈଲବି ମାନଙ୍କୁ ଗାଡିରେ ଭରି କୁହାର ନଦୀରେ ଫିଙ୍ଗା ଯାଇଥିବା ନେଇ ସ୍ଥାନୀୟ ଲୋକେ ଆଲୋଚନା କରନ୍ତି । ତେବେ ପୁଣି ଥରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବା ନେଇ ମଧ୍ୟ ଆଲୋଚନା କରନ୍ତି ସ୍ଥାନୀୟ ଲୋକ ।
ତେବେ ବର୍ତମାନ ସମୟରେ ଅଟାଲିର ଏହି ସାମ୍ବାଦିକଙ୍କ ରିପୋର୍ଟ ସୋଶିଆଲ ମିଡିଆରେ ବେଶ ଚର୍ଚ୍ଚା ହୋଇଛି । ତେବେ ବାଲାକୋଟରେ ଭାରତୀୟ ସେନାର ଆକ୍ରମଣକୁ ନେଇ ପାକିସ୍ତାନ ସଠିକ ସୂଚନା ଦେଉନଥିବା ବେଳେ ବାରମ୍ବାର ତାହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ ପ୍ରକୃତରେ ସେଠାରେ ଆକ୍ରମଣ ହୋଇଛି କି ନାହିଁ ତାହା ସେଠାକୁ ଗଲେ ହିଁ ଜଣାପଡିବ ବୋଲି ସାମ୍ବାଦିକ ଜଣକ କହିଛନ୍ତି ।