ଆଜି କୋଭାକ୍ସିନକୁ ମିଳିପାରେ ଡବ୍ଲୁଏଚଓ ଅନୁମତି : ଭାରତ ବାୟୋଟେକ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଖରେ ଦାଖଲ କରାଯାଇଛି ରିପୋର୍ଟ

ସେପଟେ, ଆମେରିକାରେ ନଭେମ୍ବର ୮ରୁ ପିଲାଙ୍କୁ ଦିଆଯିବ ଫାଇଜର ଟିକା

112

କନକ ବ୍ୟୁରୋ : ଆଜି କୋଭାକ୍ସିନକୁ ମିଳିପାରେ ଡବ୍ଲୁଏଚ୍ଓ ଅନୁମତି । ଭାରତ ବାୟୋଟେକ୍ ଦ୍ୱାରା କୋଭିଡ୍ ଟିକା କୋଭାକ୍ସିନକୁ ସ୍ୱୀକୃତି ପ୍ରଦାନ ପାଇଁ ଡବ୍ଲୁଏଚ୍ଓ ପକ୍ଷରୁ ଆଜି ଏକ ବୈଠକ ବସିବ । ଡବ୍ଲୁଏଚ୍ଓର ନିର୍ଦ୍ଦେଶ ଅନୁସାରେ ଭାରତ ବାୟୋଟେକ୍ ପକ୍ଷରୁ ଟିକା ପରୀକ୍ଷଣ ନେଇ ଆଉ କିଛି ଅଧିକ ତଥ୍ୟ ସମ୍ବଳିତ ରିପୋର୍ଟ ଦାଖଲ କରାଯାଇଛି । ଏହା ପରେ ତର୍ଜମା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ସ୍ୱତନ୍ତ୍ର ପାନେଲ ଗଠନ କରାଯାଇଛି । ଗତ ୨୬ରେ ହୁର ଟେକ୍ନିକାଲ ପରାମର୍ଶଦାତା କମିଟି ପକ୍ଷରୁ କୋଭାକ୍ସିନକୁ ସ୍ୱୀକୃତି ପ୍ରଦାନ ଲାଗି ଏକ ସମୀକ୍ଷା ବୈଠକ ହୋଇଥିଲା ।

ସେପଟେ, ଆମେରିକାରେ ପିଲାଙ୍କୁ ଦିଆଯିବ କରୋନା ଟିକା । ଆସନ୍ତା ୮ ତାରିଖରୁ ୫ରୁ ୧୧ ବର୍ଷର ପିଲାଙ୍କୁ ଫାଇଜର ଟିକା ଦିଆଯିବ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଏହା ତାଙ୍କ ପାଇଁ ଟର୍ଣ୍ଣିଂ ପଏଂଟ । କୋଭିଡ୍ ୧୯ ବିରୋଧୀ ଲଢେଇରେ ଏକ ବଡ଼ ପଦକ୍ଷେପ ବୋଲି କହିଛନ୍ତି କହିଛନ୍ତି ଜୋ ବାଇଡେନ୍ । ବିଶ୍ୱରେ ସବୁଠୁ ଅଧିକ କରୋନା ପ୍ରଭାବିତ ଦେଶ ହେଉଛି ଆମେରିକା । ଏବେ ଦେଶରେ କରୋନା ସ୍ଥିତିରେ ଧୀରେ ଧୀରେ ସୁଧାର ଆସିବାରେ ଲାଗୁଛି । ଏହାରି ଭିତରେ ପିଲାଙ୍କୁ କରୋନା ଟିକା ଦିଆଯିବା ଏକ ବଡ଼ ପଦକ୍ଷେପ । ପିଲାଙ୍କୁ କରୋନା ଟିକା ନେଇ ଘୋଷଣା ହେବା ଦ୍ୱାରା ଅଭିଭାବକମାନେ ବେଶ୍ ଆଶ୍ୱସ୍ତ ହୋଇଛନ୍ତି ।