ଡ୍ରଗ୍ସ ମାମଲାରେ ବଢିଲା ଆରୟନଙ୍କ ସମସ୍ୟା । ଘୁଞ୍ଚି ଘୁଞ୍ଚି ଚାଲିଛି ହାଇକୋର୍ଟଙ୍କ ଶୁଣାଣୀ । କେବେ ମିଳିବ ଜାମିନ୍?

128

କନକ ବ୍ୟୁରୋ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟ ମାମଲାରେ ଗିରଫ ଆରୟନ ଖାନ୍ଙ୍କ ସମସ୍ୟା ଶେଷ ହେବାର ନାଁ ନେଉନାହିଁ । ବମ୍ବେ ହାଇକୋର୍ଟରେ ଆରୟନଙ୍କ ଜାମିନ ନେଇ ଶୁଣାଣୀ ଚାଲିଥିବାବେଳେ, ବୁଧବାର ପୁଣିଥରେ ଶୁଣାଣୀ ଘୁଞ୍ଚାଇ ଦେଇଛନ୍ତି କୋର୍ଟ । ଗୁରୁବାର ହେବ ଆରୟନଙ୍କ ଜାମିନ୍ ନେଇ ପରବର୍ତ୍ତୀ ଶୁଣାଣୀ । ଗୁରୁବାର ଅପରାହ୍ନ ୨ଟା ୩୦ରେ ହେବ ଆରୟନଙ୍କ ବେଲ ଶୁଣାଣୀ । ହାଇକୋର୍ଟଙ୍କ ଶୁଣାଣୀ ଘୁଞ୍ଚିବା ଫଳରେ ଶାହରୁଖ ଖାନଙ୍କ ପୁଅ ଆହୁରି ଏକ ରାତି ଜେଲରେ ହିଁ କାଟିବେ । ଆରୟନଙ୍କ ସମେତ ଅରବାଜ ମର୍ଚାଣ୍ଟ ଓ ମୁନମୁନ ଧମେଚାଙ୍କ ଜାମିନ୍ ଶୁଣାଣୀ ଗୁରୁବାର କରିବେ ବମ୍ବେ ହାଇକୋର୍ଟ ।

ଡ୍ରଗ୍ସ ମାମଲାରେ ଆରୟନଙ୍କ ପାଇଁ ହାଇକୋର୍ଟରେ ପକ୍ଷ ରଖିଛନ୍ତି ମୁକୁଲ ରହତୋଗୀ । କୋର୍ଟରେ ପକ୍ଷ ରଖି ମୁକୁଲ ରହତୋଗି କହିଛନ୍ତି –

  • ଆରୟନ ଖାନଙ୍କୁ ଗିରଫ କରିବା ପାଇଁ ଏନସିବି ପାଖରେ ଠୋସ୍ ପ୍ରମାଣ ନାହିଁ
  • ଯେଉଁ ଅପରାଧ ହୋଇ ନାହିଁ ତାହାକୁ ନେଇ ଆରୟନଙ୍କୁ ଗିରଫ କରାଯାଇଥିବା ଆରେଷ୍ଟ ମେମୋ ସ୍ପଷ୍ଟ କରୁଛି
  • ଏନସିବି ଯେଉଁ ଅପରାଧ ବିଷୟରେ କହୁଛି ତାହାକୁ ପ୍ରମାଣିତ କରିବା ପାଇଁ ହ୍ୱାଟ୍ସ ଆପ ଚ୍ୟାଟ୍ସକୁ କୋର୍ଟରେ ଉପସ୍ଥାପନ କରିଛି
  • ହ୍ୱାଟ୍ସଆପ ଚ୍ୟାଟ୍ସର ଏହି ମାମଲା ସହ କୌଣସି ସମ୍ପର୍କ ନାହିଁ
  • ଆରେଷ୍ଟ ମେମୋ ଗିରଫ କରିବା ପାଇଁ ପ୍ରକୃତ ଧାରା ନୁହେଁ
  • ଧାରା ୨୨ ଅନୁସାରେ କୌଣସି ଅପରାଧିକୁ ତେବେ ପର୍ଯ୍ୟନ୍ତ ଗିରଫ କରାଯାଇ ପାରିବ ନାହିଁ ଯେବେ ଯାଏ ତାର ଅପରାଧ ସ୍ପଷ୍ଟ ହୋଇ ନାହିଁ

କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମାମଲାକୁ ଗୁରୁବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ଅକ୍ଟୋବର ୨ ତାରିଖରେ ମୁମ୍ବାଇ କ୍ରୁଜ୍ ରେବ ପାର୍ଟି ବେଳେ ରେଡ୍ କରି ଆରୟନ ଖାନଙ୍କୁ ଗିରଫ କରିଥିଲା ।