ଆରୟନଙ୍କୁ ସମର୍ଥନ କଲେ ବଲିଉଡ ଅଭିନେତା ହ୍ରିତିକ ରୋଶନ: କହିଲେ ଏମିତି କଥା...

Advertisment
ଆରୟନଙ୍କୁ ସମର୍ଥନ କଲେ ବଲିଉଡ ଅଭିନେତା ହ୍ରିତିକ ରୋଶନ: କହିଲେ ଏମିତି କଥା...

କନକ ବ୍ୟୁରୋ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାରେ ଜାହାଜରେ ରେଡ ପଡିବାବେଳେ ଧରାପଡିଥିଲେ ଶାହାରୁଖଙ୍କ ପୁଅ ଆର୍ୟ୍ୟନ । ତାଙ୍କୁ ହେଫାଜତରେ ନେଇ ଜେରା କରିଥିଲା ଏନସିବି । ଜେରା ସମୟରେ ରେଭ୍ ପାର୍ଟିରେ ଡ୍ରଗ୍ସ ନେଉଥିବା ଆର୍ୟ୍ୟନ ସ୍ୱୀକାର ବି କରିଥିଲେ। ଏହାସହ ଏନସିବି ଅନ୍ୟ ୧୨ ଜଣଙ୍କୁ ଗିରଫ କରି ପଚରାଉଚରା କରିଥିଲା । ଏହି ଘଟଣାକୁ ନେଇ ହ୍ରିତିକ ରୋଶନ ଆର୍ୟ୍ୟନ ଖାନଙ୍କ ପାଇଁ ନିକଟରେ ଏକ ପୋଷ୍ଟ ଲେଖିଛନ୍ତି।

ଏହି ପୋଷ୍ଟରେ ହ୍ରିତିକ ଲେଖିଛନ୍ତି, ‘ମୋର ପ୍ରିୟ ଆର୍ୟ୍ୟ। ଜୀବନ ଏକ ଅଦ୍ଭୁତ ଯାତ୍ରା । ଜୀବନ ଏଥିପାଇଁ ମହାନ କାରଣ ଏଥିରେ କିଛି ନିଶ୍ଚିତ ନୁହେଁ । ଏହା ଏଥିପାଇଁ ବି ମହାନ କାରଣ ଏହା ଆମମାନଙ୍କ ସାମ୍ନାରେ କଠିନ ପରିସ୍ଥିତି ଆଣିଥାଏ କିନ୍ତୁ ଭଗବାନ ବହୁତ ଦୟାଳୁ ।

ଭଗବାନ ସର୍ବଦା ସାହାସୀ ଲୋକଙ୍କ ସାମ୍ନାରେ କଠିନ ପରିସ୍ଥିତି ସୃଷ୍ଟି କରିଥାଆନ୍ତି। ତୁମେ ଜାଣିଛ, ତୁମକୁ ଏଥିପାଇଁ ଚୟନ କରାଯାଇଛି। ଏଭଳି ପରିସ୍ଥିତିରେ ତୁମେ ନିଜକୁ ସମ୍ଭାଳି ପାରିବ।

ଆଉ ମୁଁ ଜାଣିଛି ତୁମେ ମଧ୍ୟ ସେପରି ଅନୁଭବ କରୁଥିବ। ମୁଁ ତୁମକୁ ପିଲାବେଳରୁ ଜାଣିଛି ଏବଂ ମୁଁ ତୁମକୁ ଜଣେ ପୁରୁଷ ଭାବରେ ମଧ୍ୟ ଜାଣେ। ତୁମେ ଯାହା ବି ଅନୁଭବ କରୁଛ । ତାହାକୁ ଅନୁକରଣ କର । ଏହା ତୁମର ଉପହାର । ମୋତେ ବିଶ୍ୱାସ କର। ଏକ ସମୟରେ ଯେତେବେଳେ ତୁମେ ଏହି ସବୁ ବିଷୟ ପ୍ରତି ଧ୍ୟାନ ଦେବ, ଦେଖିବ ତୁମେ ଅନେକ ଜିନିଷକୁ ବୁଝିପାରିବ।

ଯଦି ତୁମେ ଶଇତାନର ଆଖିରେ ଦେଖି ନିଜକୁ ଶାନ୍ତ ରଖିଛ । ଶାନ୍ତ ରୁହ କ’ଣ ହେଉଛି ଦେଖିଚାଲ। ଏହା ତୁମର ଆସନ୍ତାକାଲିର ନିର୍ଣ୍ଣୟ କରିବ ଏବଂ ଆଗାମୀ ଦିନ ଭରସା ପୂର୍ଣ୍ଣ ହେବ । କିନ୍ତୁ ଏଥିପାଇଁ ତୁମକୁ ଏବେ ଅନ୍ଧକାର ଦେଇ ଗତି କରିବାକୁ ପଡିବ । ଶାନ୍ତ ରୁହ ଏବଂ ନିଜକୁ ହାରିବାକୁ ଦିଅନାହିଁ । ଆଶାର ଆଲୋକ ଉପରେ ବିଶ୍ୱାସ କର। ତୁମକୁ ମୁଁ ବହୁତ ଭଲ ପାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe