କନକ ବ୍ୟୁରୋ : ଡ୍ରଗ୍ସ କେସ୍ ମାମଲାରେ ଆଜି ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆରୟନ୍ ଖାନଙ୍କୁ କୋର୍ଟରେ ହାଜର କରାଯିବ । ରିମାଣ୍ଡ ଅବଧି ଶେଷ ହେବା ପରେ ଆରୟନଙ୍କ ସମେତ ୮ ଜଣଙ୍କୁ କୋର୍ଟରେ ହାଜର କରିବ ଏନସିବି । ଆରୟନଙ୍କୁ ବେଲ୍ ମିଳିବ ନା ଜେଲ ଯିବେ ସେନେଇ ଆଜି କୋର୍ଟ ନିଷ୍ପତ୍ତି ନେବେ । ରେଭ୍ ପାର୍ଟରୁ ଆରୟନଙ୍କୁ ଗିରଫ କରାଯିବା ପରେ ପ୍ରଥମେ ଗୋଟିଏ ଦିନ ପାଇଁ ନିଜ ହେପାଜତକୁ ନେଇଥିଲା ଏନସିବି । କୋର୍ଟରେ ହାଜର ହେବା ପରେ ୭ ଅକ୍ଟୋବର ପର୍ଯ୍ୟନ୍ତ ପୁଣି ଏନସିବି ହେପାଜତକୁ ପଠାଇ ଦିଆଯାଇଥିଲା ।
ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ଆରୟନଙ୍କୁ କିପରି ଶୀଘ୍ର ଜାମିନ୍ ମିଳିବ, ସେନେଇ ତାଙ୍କ ଓକିଲ ଉଦ୍ୟମ କରୁଛନ୍ତି । ସେ ବିଦେଶୀ ଡ୍ରଗ୍ସ ପେଡଲରଙ୍କ ସଂପର୍କରେ ଥିବା ତାଙ୍କ ହ୍ୱାଟ୍ସଆପ୍ ଚାଟରୁ ଖୁଲାସା ହୋଇଥିବା କୋର୍ଟକୁ ଜଣାଇଛି ଏନସିବି । ଆମେରିକା ଓ କାଲିଫର୍ଣ୍ଣିଆ ୟୁନିଭରସିଟିରେ ପଢୁଥିବା ବେଳେ ସେ ଡ୍ରଗ୍ସ ସେବନ କରୁଥିବା ଏନସିବି କୋର୍ଟକୁ କହିଛି । ତେଣୁ ଆଜି ଆରୟନଙ୍କୁ ବେଲ୍ ମିଳୁଛି ନା ତାଙ୍କୁ ଜେଲ ପଠାଇ ଦିଆଯିବ, ତାହା ଉପରେ ନଜର ରହିବ ।
ସେପଟେ, କ୍ରୁଜ୍ ରେଭ୍ ପାର୍ଟି ମାମଲାରେ ଏନ୍ସିପି ନେତା ନୱାବ ମଲିକ ଅଭିଯୋଗ କରିଥିଲେ ଯୋଜନାବଦ୍ଧ ଭାବେ ଜାହାଜରେ ଚଢ଼ଉ ହୋଇଥିଲା ଏବଂ ଆରୟନ୍ଙ୍କୁ ଫସାଇବା ପାଇଁ ବିଜେପି କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ କରିଛି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମଧ୍ୟ ଡ୍ରଗ୍ସ କଥା ଉଠିଥିଲା। ସମଗ୍ର ବଲିଉଡ୍କୁ ବଦ୍ନାମ କରିବା ପାଇଁ ଏଭଳି ଉଦ୍ୟମ କରାଯାଉଛି ବୋଲି ମଲିକ କହିଥିଲେ। ମଲିକଙ୍କ ଏହି ଅଭିଯୋଗକୁ ଖଣ୍ଡନ କରି ଏନ୍ସିବି କହିଛି ମଲିକଙ୍କ ବୟାନ ମନଗଢ଼ା ଏବଂ ସଂପୂର୍ଣ୍ଣ ଭିତ୍ତିହୀନ । ଏନ୍ସିବି ଡେପୁଟି ଡିଜି ଜ୍ଞାନେଶ୍ବର ସିଂହ କହିଛନ୍ତି, ଏନ୍ସିବିର ଏହି ପ୍ରକ୍ରିୟା ସଂପୂର୍ଣ୍ଣ ପାରଦର୍ଶୀ ଓ ନିରପେକ୍ଷ ରହିଛି ଏବଂ ଆଗକୁ ଏହା ଜାରି ରହିବ ।
ଏନ୍ସିବି ପକ୍ଷରୁ କୁହାଯାଇଛି, କ୍ରୁଜ୍ ଜାହାଜରୁ ନିଷିଦ୍ଧ ଔଷଧ ଜବତ ପରିପ୍ରେକ୍ଷୀରେ ଗିରଫ ହୋଇଥିବା ଶାହରୁଖ ଖାନ୍ଙ୍କ ପୁଅ ଆରୟନ୍ଙ୍କ ସମେତ ୮ ଜଣଙ୍କ ନିକଟରୁ ଡ୍ରଗ୍ସ ଏବଂ ୧.୩୩ ଲକ୍ଷ ଟଙ୍କା ଜବତ କରାଯାଇଛି । ରବିବାର ଦିନ ଇଣ୍ଟର ନ୍ୟାସନାଲ କ୍ରୁଜ୍ ଟର୍ମିନାଲ, ଗ୍ରୀନ୍ ଗେଟ୍ ମୁମ୍ବାଇ ଏବଂ କାର୍ଡିଲିୟା କ୍ରୁଜ୍ ଜାହାଜରେ ହୋଇଥିବା ଚଢ଼ଉବେଳେ ବିକ୍ରାନ୍ତ ଛୋକର, ଇସ୍ମିତ ସିଂହ ଚଢ଼ା, ଅରବାଜ ଏ ମର୍ଚ୍ଚାଣ୍ଟ, ଆରୟନ୍ ଖାନ୍, ମୋହକ ଜଶୱାଲ, ମୁନ୍ମୁନ ଧମେଚା ଏପଂ ନୂପୁର ସତିଜାଙ୍କ ନିକଟରୁ ୧.୩୩ ନଗଦ ଟଙ୍କା ସହ ଅଫିମ, ଚରସ୍, ମେଫେଡ୍ରୋନ୍, ହାଇଡ୍ରୋପୋନିକ୍ ବିଡ ଏବଂ ଏମ୍ଡିଏମ୍ଏ ଭଳି ଡ୍ରଗ୍ସ ଜବତ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/2-11.jpg)