ଡ୍ରଗ୍ସ ମାମଲାରେ ଆରୟନ ଖାନଙ୍କୁ ମିଳିବ କି ବେଲ ? କିଛି ସମୟ ପରେ ଜାମିନ ଶୁଣାଣି, କୋଟରେ ପହଂଚି ସାରିଲେଣି ଓକିଲ

୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଶାହାରୁଖଙ୍କ ପୁଅ

115

କନକ ବ୍ୟୁରୋ : ଡ୍ରଗ୍ସ ମାମଲାରେ ଗିରଫ ଆରୟନ ଖାନ ଜେଲକୁ ଯିବେ ନା ତାଙ୍କୁ ବେଲ ମିଳିବ । ତାହା କିଛି ସମୟ ମଧ୍ୟରେ ସ୍ପଷ୍ଟ ହୋଇଯିବ । ଆରୟନ ଖାନଙ୍କ ଜାମିନ ଆବେଦନ ନେଇ କିଛି ସମୟ ମଧ୍ୟରେ ଶୁଣାଣି ଆରମ୍ଭ ହେବ । ମୁମ୍ବାଇର ଏନଡିପିଏସ କୋର୍ଟରେ ଶୁଣାଣି ହେବ । ଗତକାଲି ରିମାଣ୍ଡ ଅବଧି ସରିବା ପରେ ମୁମ୍ବାଇ କୋର୍ଟରେ ଗିରଫ ଅଭିଯୁକ୍ତଙ୍କୁ ହାଜର କରିଥିଲା ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ଆରୟନ ଖାନ ଓ ଅର୍ବାଜ ମର୍ଚେଂଟଙ୍କ ସମେତ ୮ଜଣଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ କୋର୍ଟ ।

ତେବେ ଶୁଣାଣିରେ ବିଳମ୍ବ ହେବାରୁ ଆରୟନଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଏନସିବି କାର୍ଯ୍ୟାଳୟରେ ରାତିରେ ରଖାଯାଇଥିଲା । ଗତକାଲି ସମସ୍ତ ଅଭିଯୁକ୍ତଙ୍କ ରିମାଣ୍ଡ ଶେଷ ହେବା ପରେ ଆରୟନଙ୍କ ସମେତ ୮ ଜଣଙ୍କୁ କୋର୍ଟରେ ହାଜର କରିଥିଲା ନାର୍କେଟିକ୍ସ କଂଟ୍ରୋଲ ବ୍ୟୁରୋ । ଆରୟନ ଖାନଙ୍କୁ ପୁଣି ୪ ଦିନର ରିମାଣ୍ଡ ମାଗିଥିଲା ଏନସିବି । କିନ୍ତୁ ଏନସିବିକୁ ରିମାଣ୍ଡ ମିଳିନଥିଲା । କୋର୍ଟ ତାଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ରେଭ୍ ପାର୍ଟରୁ ଆରୟନଙ୍କୁ ଗିରଫ କରାଯିବା ପରେ ପ୍ରଥମେ ଗୋଟିଏ ଦିନ ପାଇଁ ନିଜ ହେପାଜତକୁ ନେଇଥିଲା ଏନ୍ସିବି । କୋର୍ଟରେ ହାଜର ହେବା ପରେ ୭ ଅକ୍ଟୋବର ପର୍ଯ୍ୟନ୍ତ ପୁଣି ଏନ୍ସିବି ହେପାଜତକୁ ପଠାଇ ଦିଆଯାଇଥିଲା ।