କାଳ କୋଠରୀରେ ଆଉ ଏକ ରାତି କାଟିବେ ଆରୟନ, ଦସ୍ତାବିଜ ଜମା ହୋଇ ନପାରିବାରୁ ଜେଲରୁ ବାହାରି ପାରିଲେନି ଶାହାରୁଖଙ୍କ ପୁଅ

114

କନକ ବ୍ୟୁରୋ : ଅଧାରେ ରହିଗଲାର ମନ୍ମତର ମାହୋଲ । ମା ଗୌରୀଙ୍କ ଅପେକ୍ଷା, ବାପା ଶାହାରୁଖଙ୍କ ସଂଘର୍ଷ ଓ ଚାତକ ପରି ଚାହିଁ ରହିଥିବା ପ୍ରଶଂସକମାନଙ୍କୁ ଝଟକା ଲାଗିଛି । ୨୮ ତାରିଖରେ ଜାମିନ ପାଇଥିବା ଆରୟନ ଆଜି ଜେଲରୁ ବାହାରି ମନ୍ନତ ଆସିବାକୁ ସମସ୍ତେ ଅପେକ୍ଷା କରିଥିବା ବେଳେ ତାହା ଆଜି ସମ୍ଭବ ହୋଇପାରି ନାହିଁ । କୋର୍ଟଙ୍କ ନିର୍ଦ୍ଧାରିତ ସମୟ ମୁତାବକ ଆରୟନଙ୍କ ଓକିଲ ନିର୍ଦ୍ଧିଷ୍ଟ ସମୟରେ କୋର୍ଟରେ ଜାମିନ ନେଇ ସମସ୍ତ ଦସ୍ତାବିଜ ଦାଖଲ ନକରି ପାରିବାରୁ ଆଜି ବି ଜେଲରୁ ବାହାରି ପାରି ନାହାଁନ୍ତ ଆରୟନ ।

 

ଆଥର ରୋଡ ଜେଲ ସୁପରିଟେଣ୍ଡ ନିତୀନ ବାୟଚାଲ କହିଛନ୍ତି କି ଜେଲରୁ ମୁକୁଳିବାକୁ ରିଲିଜ ଅର୍ଡର ହାର୍ଡ କପି ଜେଲର ବେଲ ବକ୍ସରେ ଜମା କରିବା ଆବଶ୍ୟକ । ଆରୟନ ଖାନଙ୍କୁ ଜେଲରୁ ବାହାର କରିବାକୁ ସଂନ୍ଧ୍ୟା ୫.୩୫ କୁ ସମୟ ଦିଆଯାଇଥିଲା । ହେଲେ ସେହି ସମୟ ମଧ୍ୟରେ ଜମା ହୋଇପାରି ନଥିଲା । ଏହି କାରଣରୁ ଆସନ୍ତାକାଲି ଆରୟନ ଜେଲରୁ ମୁକୁଳିବେ ।