ମିଳିଲାନି ବେଲ୍, ଜେଲ ଗଲେ ଶାହରୁଖ ଖାନଙ୍କ ପୁଅ ଆରୟନ ଖାନ

ମିଳିଲାନି ବେଲ୍, ଜେଲ ଗଲେ ଶାହରୁଖ ଖାନଙ୍କ ପୁଅ ଆରୟନ ଖାନ

କନକ ବ୍ୟୁରୋ: ଆଜି ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ବେଲ ନାମଞ୍ଜୁର ହୋଇଛି । ଫଳରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଆରୟନ ଖାନଙ୍କ ସହ ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ହାଜତକୁ ପଠାଇ ଦିଆଯାଇଛି । ଆସନ୍ତାକାଲି ଆରୟନ ଖାନଙ୍କ ବେଲ ଆବେଦନ ଉପରେ ଶୁଣାଣି କରିବେ କୋର୍ଟ । କ୍ରୁଜରେ ଡ୍ରଗ୍ସ ପାର୍ଟି କରୁଥିବା ବେଳେ ଧରାପଡିଥିଲେ ଆରୟନ ।

ରେଭ୍ ପାର୍ଟରୁ ଆରୟନଙ୍କୁ ଗିରଫ କରାଯିବା ପରେ ପ୍ରଥମେ ଗୋଟିଏ ଦିନ ପାଇଁ ନିଜ ହେପାଜତକୁ ନେଇଥିଲା ଏନ୍ସିବି । କୋର୍ଟରେ ହାଜର ହେବା ପରେ ୭ ଅକ୍ଟୋବର ପର୍ଯ୍ୟନ୍ତ ପୁଣି ଏନ୍ସିବି ହେପାଜତକୁ ପଠାଇ ଦିଆଯାଇଥିଲା । ସେ ବିଦେଶୀ ଡ୍ରଗ୍ସ ପେଡଲରଙ୍କ ସଂପର୍କରେ ଥିବା ତାଙ୍କ ହ୍ୱାଟ୍ସଆପ୍ ଚାଟ୍ରୁ ଖୁଲାସା ହୋଇଥିବା କୋର୍ଟକୁ ଜଣାଇଛି ଏନ୍ସିବି । ଆମେରିକା ଓ କାଲିଫର୍ଣ୍ଣିଆ ୟୁନିଭରସିଟିରେ ପଢୁଥିବା ବେଳେ ସେ ଡ୍ରଗ୍ସ ସେବନ କରୁଥିବା ଏନ୍ସିବି କୋର୍ଟକୁ କହିଛି ।

ସେପଟେ ବିଦେଶୀ ଲିଙ୍କ ମାମଲାର ଗୁମର ଖୋଲିବ ଏନ୍ସିବି । ଗତକାଲି ରାତିରେ ଜଣେ ବିଦେଶୀ ନାଗରିକଙ୍କୁ ଗିରଫ କରିଛି ଏନ୍ସିବି । ତାଙ୍କ ନିକଟରୁ ବିପୁଳ ମାତ୍ରାରେ ନିଶାଦ୍ରବ୍ୟ ଜବତ କରାଯାଇଛି । ଏହାକୁ ମିଶାଇ ଡ୍ରଗ୍ସ କେସ୍ ମାମଲାରେ ଗିରଫ ସଂଖ୍ୟା ୧୮ରେ ପହଂଚିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe