ଏନସିବି ଜେରା ବେଳେ ଆରୟନଙ୍କ ଖୁଲାସା: କହିଲେ, ବାପାଙ୍କୁ ଭେଟିବାକୁ ନେବାକୁ ପଡେ ଅନୁମତି

633

କନକ ବ୍ୟୁରୋ: ଡ୍ରଗ୍ସ ପାର୍ଟିରେ ଗିରଫ ହେବା ପରେ ଶାହରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ଏବେ ହେପାଜତକୁ ନେଇଛି ଏନିସିବି । ଆରୟନଙ୍କୁ ପଚରାଉଚରା ଜାରି ରଖିଛି ଏନସିବି । ଏହି ସମୟ ମଧ୍ୟରେ ଆରୟନ ତାଙ୍କ ବାପା ଶାହରୁଖଙ୍କୁ ନେଇ ବଡ ଖୁଲାସା କରିଛନ୍ତି । ନିଜ କାମରେ ଶାହରୁଖ ଏବେ ଏତେ ବ୍ୟସ୍ତ ରହୁଛନ୍ତି ଯେ ତାଙ୍କୁ ଦେଖାକରିବାକୁ ଆରୟନଙ୍କୁ ମଧ୍ୟ ଅନୁମତି ନେବାକୁ ପଡେ ।

ଆରୟନ ଖାନ କହିଛନ୍ତି କି, ବାପା ଏବେ ଏକା ସାଙ୍ଗରେ ୩ଟି ଫିଲ୍ମର ସୁଟିଂ କରୁଛନ୍ତି । ତାଙ୍କ ଆଗାମୀ ଫିଲ୍ମ ପଠାନକୁ ନେଇ ସେ ବହୁତ ପରିଶ୍ରମ କରୁଛନ୍ତି । ପଠାନରେ ନିଜ ରୋଲ ପାଇଁ ତାଙ୍କୁ ଅନେକ ଘଣ୍ଟା ଧରି ଗୋଟିଏ ମେକଅପରେ ରହିବାକୁ ପଡୁଛି । ଏହି ସମୟରେ ମୁଁ ବାପାଙ୍କୁ ଦେଖା କରିବାକୁ ତାଙ୍କ ମ୍ୟାନେଜର ପୂଜାଠୁ ଅନୁମତି ନେବାକୁ ପଡେ ।

ରବିବାର ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜରେ ଡ୍ରଗ୍ସ ପାର୍ଟି ଉପରେ ରେଡ କରିଥିଲା ଏନସିବି । ଏହି ପାର୍ଟିରୁ ଶାହରୁଖ ଖାନଙ୍କ ପୁଅ ଆରୟନଙ୍କ ସମେତ ୧୧ ଜଣଙ୍କୁ ଗିରଫ କରାଯାଇଛି । ସୋମବାର ଏନିସିବି ଆରୟନଙ୍କୁ କୋର୍ଟରେ ହାଜର କରାଇଥିଲା । ପରେ କୋର୍ଟ ୭ ତାରଖ ଯାଏଁ ଆରୟନଙ୍କୁ ରିମାଣ୍ଡରେ ନେବାକୁ କୋର୍ଟକୁ ଅନୁମତି ଦେଇଥିଲା ।