ଡ୍ରଗ୍ସ ପାର୍ଟି ଘଟଣାରେ ମୁହଁ ଖୋଲିଲେ ଅଭିନେତା ସୁନିଲ ସେଟ୍ଟି: କହିଲେ ‘ତଦନ୍ତ ଚାଲିଛି, ଆର୍ୟନକୁ ସୁଯୋଗ ଦିଆଯାଉ’ ।

Advertisment
ଡ୍ରଗ୍ସ ପାର୍ଟି ଘଟଣାରେ ମୁହଁ ଖୋଲିଲେ ଅଭିନେତା ସୁନିଲ ସେଟ୍ଟି: କହିଲେ ‘ତଦନ୍ତ ଚାଲିଛି, ଆର୍ୟନକୁ ସୁଯୋଗ ଦିଆଯାଉ’ ।

କନକ ବ୍ୟୁରୋ: କ୍ରୁଜ୍ ଡ୍ରଗ୍ସ ପାର୍ଟି ଘଟଣାରେ ଏଯାଏଁ ଅଭିନେତା ଶାହାରୁଖ୍ ଖାନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବାବେଳେ ମୁହଁ ଖୋଲିଛନ୍ତି ସୁନିଲ ସେଟ୍ଟି । କହିଛନ୍ତି ଯେଉଁ  ସ୍ଥାନରେ ରେଡ ହୁଏ ସେଠାରୁ ଅନେକ ଲୋକଙ୍କୁ ହେଫାଜତରେ ନିଆଯାଏ । ତା ଅର୍ଥ ନୁହେଁ ସେଥିରେ ସମସ୍ତେ ଦୋଷୀ । ଏହି ଘଟଣାରେ ମଧ୍ୟ ଆର୍ୟନକୁ ପଚରାଉଚୁରା କରାଯାଇଛି । ସେ ଡ୍ରଗ୍ସ ନେଇଥିବା ସନ୍ଦେହ କରାଯାଉଛି । ଏହା ପ୍ରମାଣିତ ହୋଇନାହିଁ । ସେ ଏବେ ପିଲା । ତାକୁ ସୁଯୋଗ ଦିଆଯାଉ ।ବଲିଉଡ୍ ଇଣ୍ଡଷ୍ଟ୍ରିରେ ଯାହା କିଛି ବି ଘଟେ ତାକୁ ଗଣମାଧ୍ୟମ ଗୁରୁତର ଭାବେ ପରିବେଷଣ କରେ । ଆର୍ୟନ୍ ଏବେ ନାବାଳକ ।ଏତେ ଜେରା ଭିତରେ ସେ ଅଣନିଃଶ୍ୱାସି ହୋଇପଡୁଛି । ତାକୁ ନିଃଶ୍ୱାସ ଦେବାକୁ ଫୁରସତ ଦିଆଯାଉ । ନାବାଳକ ହିସାବରେ ତା’ର ଦାୟିତ୍ୱ ନେବା ଜରୁରୀ ବୋଲି ଏକ ସଭାରେ କହିଛନ୍ତି ସୁନିଲ ସେଟ୍ଟି ।

ଗଣମାଧ୍ୟମ ସୂଚନା ମୁତାବକ, ଜେରା ସମୟରେ ଆର୍ୟନଙ୍କ ଫୋନର ପ୍ରାଥମିକ ସ୍କାନିଂରୁ ମିଳିଥିବା ପ୍ରମାଣକୁ ଆଧାର କରି ତାଙ୍କର ଗିରଫଦାରୀ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଫୋନ୍ ମେସେଜ୍ ସ୍କାନିଂର ତଥ୍ୟ ଅନୁସାରେ, ଆର୍ୟନ୍ ନିୟମିତ ଡ୍ରଗ୍ସ ନେଉଥିଲେ ଏବଂ ବିଭିନ୍ନ ସୂତ୍ରରୁ ଡ୍ରଗ୍ସ ମଗାଉଥିଲେ ମଧ୍ୟ ।ତେଣୁ ଏହି ଘଟଣା ଅତି ଗମ୍ଭୀର ।ତେଣୁ ଜେରା ପରେ ଆର୍ୟନକୁ କେନ୍ଦ୍ର ନାର୍କୋଟିକ୍ ଏଜେନ୍ସି ତାଙ୍କୁ ଗିରଫ କରିପାରେ ବୋଲି କୁହାଯାଉଛି ।

ସୂଚନା ମୁତାବକ, ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାରେ ଜାହାଜରେ ରେଡ ପଡିବାବେଳେ ଧରାପଡିଥିଲେ ଶାହାରୁଖଙ୍କ ପୁଅ ଆର୍ୟନ ।ତାଙ୍କୁ ହେଫାଜତରେ ନେଇ ଜେରା କରିଥିଲା ଏନସିବି । ଜେରା ସମୟରେ ରେଭ୍ ପାର୍ଟିରେ ଡ୍ରଗ୍ସ ନେଉଥିବା ଆର୍ୟନ ସ୍ୱୀକାର କରିଥିବା ସୂଚନା ମିଳିଛି । ଏହାସହ ଅନ୍ୟ ୧୨ ଜଣଙ୍କୁ ଗିରଫ କରି ଏନସିବି ପଚରାଉଚୁରା ଚଳାଇଛି ।

ଏନସିବିର ପ୍ରାଥମିକ ସୂଚନା ମୁତାବକ, ପ୍ରଥମେ ପଚରାଉଚୁରା ସମୟରେ ଶାହାରୁଖଙ୍କ ପୁଅ ଅର୍ଯ୍ୟାନ୍ ସେଠାକୁ କେବଳ ଅତିଥି ଭାବେ ଯାଇଥିବା କହିଥିଲେ । କ୍ରୁଜରେ କୌଣସି ଡ୍ରଗ୍ସ ପାର୍ଟି ଚାଲିଥିବା ସେ ଜାଣିନଥିଲେ । ଜାହାଜରେ ଯିବା ପାଇଁ ତାଙ୍କ ଠାରୁ କୌଣସି ଶୁଳ୍କ ମଧ୍ୟ ନିଆଯାଇନଥିବା ମଧ୍ୟ ଆର୍ୟନ କହିଥିଲେ । ହେଲେ ପରବର୍ତ୍ତୀ ଜେରାରେ ସେ ଡ୍ରଗ୍ସ ସେବନ କରିଥିବା କଥା ସ୍ୱୀକାର କରିଥିବା ସୂଚନା ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe