‘ମୁଁ ଭଲ ମଣିଷ ହେବି, ଗରିବଙ୍କ ପାଇଁ କାମ କରିବି’ । କାଉନସେଲିଂରେ କାହାକୁ ଏମିତି କହିଲେ ଶାହାରୁଖଙ୍କ ପୁଅ ଆରୟନ?

911

କନକ ବ୍ୟୁରୋ : ଗରିବଙ୍କ ପାଇଁ କାମ କରିବି, ଭୁଲ ରାସ୍ତାରେ ଆଉ ଯିବିନି । ଏନସିବି ଦ୍ୱାରା କାଉନସେଲିଂ ସମୟରେ କିଛି ଏମିତି କହିଛନ୍ତି ଶାହାରୁଖଙ୍କ ପୁଅ ଆରୟନ ଖାନ୍ । ଡ୍ରଗ୍ସ ମାମଲାରେ ଏନସିବି ଦ୍ୱାରା ଗିରଫ ହୋଇଥିବା ଆରୟନ କହିଛନ୍ତି, ଆଗକୁ ଗରିବଙ୍କ ପାଇଁ କଲ୍ୟାଣମୂଳକ କାମ କରିବି, ଭବିଷ୍ୟତରେ ଏଭଳି କୌଣସି କାମ କରିବି ନାହିଁ ଯାହାଦ୍ୱାରା ମୋ ନାଁ ଆଉ ଖରାପ ହେବ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏନସିବିର ଅଧିକାରୀ ସମୀର ୱାନଙ୍ଖଡେ ଓ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା କାଉନସେଲିଂ ସମୟରେ ଆରୟନ କହିଛନ୍ତି, ଜେଲରୁ ମୁକୁଳିବା ପରେ ଗରିବ ଓ ଉପେକ୍ଷିତ ଶ୍ରେଣୀର ଲୋକଙ୍କ ଉନ୍ନତି ପାଇଁ କାମ କରିବି ।ମୁଁ କିଛି ଏମିତି କରିବି ଯାହା ଆପଣଙ୍କୁ ଗର୍ବିତ କରିବ । ଏବେ ଏନସିବି ଦ୍ୱାରା ଗିରଫ ହୋଇଥିବା ଆରୟନଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କର କାଉନସେଲିଂ ଚାଲିଛି ।

ଗତ ଦୁଇ ଅକ୍ଟୋବରରେ କ୍ରୁଜରେ ପାର୍ଟି ଚାଲୁଥିବା ବେଳେ ଏନସିବି ଟିମ୍ ଚଢାଉ କରିଥିଲା । ଆଉ ଏହି କ୍ରୁଜ ପାର୍ଟିରେ ଡ୍ରଗ୍ସ ଜବତ କରିଥିଲା ଏନସିବି । ଆଉ ଏହି ମାମଲାରେ ଶାହାରୁଖଙ୍କ ପୁଅ ଆରୟନଙ୍କୁ ଗିରଫ କରାଯାଇଥିଲା । ପରେ ତାଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲକୁ ପଠାଇ ଦିଆଯାଇଥିଲା । ତେବେ ଜାମିନ ପାଇଁ ଆବେଦନ କରାଯାଇଥିବା ବେଳେ ଏହାର ରାୟକୁ ସୁରକ୍ଷିତ ରଖିଛନ୍ତି କୋର୍ଟ ।  ଯେଉଁଥିପାଇଁ ଆରୟନଙ୍କୁ ଅକ୍ଟୋବର ୨୦ ତାରିଖ ଯାଏଁ ଜେଲ ପଠାଇ ଦିଆଯାଇଛି । ଆସନ୍ତା ୨୦ ଅକ୍ଟୋବରରେ ଏହି ମାମଲାରେ ଶୁଣାଣି ହେବ ।