ଆରୟନଙ୍କୁ ମିଳିବକି ଜାମିନ୍ ? ଡ୍ରଗ୍ସ ମାମଲାରେ ଆରୟନ ଖାନଙ୍କ ଜାମିନ ଆବେଦନର ଶୁଣାଣୀ ଜାରି

88

କନକ ବ୍ୟୁରୋ : ଡ୍ରଗ୍ସ ମାମଲାରେ ଜେଲରେ ଥିବା ଆରୟନ ଖାନଙ୍କ ଜାମିନ ଆବେଦନର ଶୁଣାଣୀ ଚାଲିଛି । କୋର୍ଟରେ ଶୁଣାଣି ଚାଲିଥିବା ବେଳେ ଏନସିବି କହିଛି ଯେ, ଅର୍ବାଜ ଠାରୁ ଜବତ ହୋଇଥିବା ଡ୍ରଗ୍ସ ଆରୟନ ହିଁ ନେଇଥାନ୍ତେ । ଏବଂ ଦୀର୍ଘ ବର୍ଷ ଧରି ଆରୟନ ଡ୍ରଗ୍ସ ନେଉଛନ୍ତି । ସେହିପରି ଏହି ସବୁ ମାମଲାରେ ବିଦେଶୀ ଲିଙ୍କର ଖୋଳତାଡ ଜରୁରୀ ବୋଲି କହିଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ।
ଗତକାଲି ଆରୟନ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ଗତକାଲି ଜାମିନ ନେଇ ଉଭୟ ଏନସିବି ଏବଂ ଆରୟନଙ୍କ ଓକିଲ ପକ୍ଷ ରଖିଥିଲେ । ଏନସିବି କୋର୍ଟରେ କହିଛି ଜଣେ ଅଭିଯୁକ୍ତକୁ ଅନ୍ୟ ଏକ ଦୃଷ୍ଟିକୋଣରୁ ଦେଖିବା ଠିକ୍ ନୁହେଁ । ଆରୟନଙ୍କ ପାଖରୁ ଡ୍ରଗ୍ସ ମିଳିନି, ଏହା ସତ । କିନ୍ତୁ ଆରୟନ ଅନେକ ଡ୍ରଗ୍ସ ପେଡଲରଙ୍କ ସହ ସଂପର୍କରେ ଥିଲେ । ଏହାର ତଦନ୍ତ ହେବା ଦରକାର । ଆରୟନ ଖାନ୍ ଯେଉଁ ବିଦେଶୀ ଡ୍ରଗ୍ସ ଅର୍ଡର କରିଥିବା ଅଭିଯୋଗ ରହିଛି । ଏହି ଡ୍ରଗ୍ସ ତାଙ୍କ ସାଙ୍ଗ ଅରବାଜ ମର୍ଚେଂଟଙ୍କ ପାଖରୁ ମିଳିଛି । ତେଣୁ ବିଦେଶୀ ଡ୍ରଗ୍ସ ଲିଙ୍କ ନେଇ ଏବେ ତଦନ୍ତ ଚାଲିଛି ବୋଲି ଏନସିବି କୋର୍ଟରେ କହିଛି । ସେହିପରି ଆରୟନଙ୍କ ଓକିଲ କହିଛନ୍ତି ଆରୟନଙ୍କ ପାଖରୁ ଡ୍ରଗ୍ସ କି ଟଂକା ମିଳିନି । ସେହିପରି ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ମୁନମୁନ ଧୋମାଚାଙ୍କୁ ଆରୟନ ଜାଣି ନାହାନ୍ତି ।