ଆରୟନଙ୍କୁ ମିଳିଲାନି ଜାମିନ: ଅକ୍ଟୋବର ୭ ଯାଏଁ ରିମାଣ୍ଡରେ ନେଲା ଏନସିବି

Advertisment
ଆରୟନଙ୍କୁ ମିଳିଲାନି ଜାମିନ: ଅକ୍ଟୋବର ୭ ଯାଏଁ ରିମାଣ୍ଡରେ ନେଲା ଏନସିବି

କନକ ବ୍ୟୁରୋ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ମିଳିଲାନି ଜାମିନ । ୭ ଅକ୍ଟୋବର ଯାଏଁ ଆରୟନ ଖାନଙ୍କୁ ରିମାଣ୍ଡରେ ନେଲା ଏନସିବି । ଏବେ ଏନସିବି କଷ୍ଟଡିରେ ରହିବେ ଆରୟନ । ଆରୟନଙ୍କ ସହ ଅରବାଜ ଓ ମୁନମୁନ ମଧ୍ୟ ୭ ଅକ୍ଟୋବର ଯାଏଁ ରିମାଣ୍ଡରେ ରହିବେ । କ୍ରୁଜରେ ଡ୍ରଗ୍ସ ପାର୍ଟି କରୁଥିଲା ବେଳେ ଗିରଫ ହୋଇଥିଲେ ଆରୟନ ଖାନ ।

ଆରୟନ୍‌ ଖାନଙ୍କୁ ଅକ୍ଟୋବର ୧୧ ପର୍ୟ୍ୟନ୍ତ ହେପାଜତକୁ ନେବାକୁ ଆବେଦନ କରିଥିଲା ଏନସିବି। ଏନସିବି ‘ମୁମ୍ବାଇ କ୍ରୁଜ୍ ଡ୍ରଗ୍ କେସ୍’ ମାମଲାରେ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟନ୍‌ ଖାନଙ୍କ ଫୋନରୁ ବଡ଼ ତଥ୍ୟ ପାଇଥିବା ଦାବି କରି ଅଧିକ ସୂଚନା ପାଇଁ ତାଙ୍କୁ ହେପାଜତକୁ ନେବାକୁ ଆବେଦନ କରିଥିଲା ।

ଅଦାଲତରେ ଏହାର ଶୁଣାଣି ସମୟରେ ଆରୟନ୍‌ ଖାନଙ୍କ ଓକିଲ ସତୀଶ ମନେଶିନ୍ଦେ ଯୁକ୍ତି କରିଛନ୍ତି ଯେ, ଯଦିଓ ମାମଲା ଜାମିନ ବିହୀନ, ତଥାପି ଏହାକୁ ସମର୍ଥନ କରିବା ପାଇଁ ତଥ୍ୟ ଏବଂ ପ୍ରମାଣ ରହିବା ଉଚିତ୍। ଆରୟନଙ୍କ ହ୍ବାଟସଆପ ଚାଟରେ ଆନ୍ତର୍ଜାତୀୟ ଡ୍ରଗ୍ ରାକେଟ୍ ସହ ଜଡିତ ତଥ୍ୟ ମିଳିବା ନେଇ ମନେଶିନ୍ଦେ କହିଛନ୍ତି ଯେ, “ଏନ୍‌ସିବି ଖାନଙ୍କ ବିରୋଧରେ ଅତ୍ୟଧିକ ଗୁରୁତର ଅଭିଯୋଗ କରୁଛନ୍ତି। କିନ୍ତୁ ଏନେଇ ପ୍ରମାଣ ଥିବା ଦରକାର। ଅଦାଲତ ଆର୍‌ୟନଙ୍କ ଚାଟ୍ ଦେଖିପାରିବେ। ସେଥିରେ ସେ ଡ୍ରଗ୍ ବିଷୟରେ କଥା ହୋଇନାହାନ୍ତି। ଅନ୍ୟଠାରୁ ଜବତ କରାଯାଇଥିବା ଜିନିଷ ଆରୟନଙ୍କ ବିରୋଧରେ ବ୍ୟବହାର କରାଯାଇପାରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe