ଜେଲରୁ ମୁକୁଳିବେ ଆରୟନ, ମୁମ୍ବାଇ ହାଇକୋର୍ଟ ଦେଲେ ଜାମିନ

132

କନକ ବ୍ୟୁରୋ : ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ଶେଷରେ ଜାମିନ ମିଳିଛି । ମୁମ୍ବାଇ ହାଇକୋର୍ଟ ଆଜି ଏହି ମାମଲାର ଶୁଣାଣି କରି ଆରୟନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆରୟନଙ୍କ ଜାମିନ ଆବେଦନ ଉପରେ ଦୁଇଦିନ ହେବ କୋର୍ଟରେ ଶୁଣାଣି ଚାଲିଥିଲା । ହେଲେ ଉଭୟ ଓକିଲଙ୍କ ଯୁକ୍ତି ଶେଷ ହୋଇପାରୁ ନଥିବାରୁ ବାରମ୍ବାର ଶୁଣାଣି ସମୟ ଘୁଂଚାଇବାକୁ କୋର୍ଟ ବାଧ୍ୟ ହେଉଥିଲେ । ହେଲେ ଆଜି ୨.୩୦ ମିନିଟରେ ପୁଣି ଶୁଣାଣି ନେଇ କୋର୍ଟରେ ଜବାବ୍ ସୁଆଲ ଆରମ୍ଭ ହୋଇଥିଲା । ଶେଷରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆସନ୍ତାକାଲି ସେ ଜେଲରୁ ମୁକୁଳିବେ ବୋଲି ଅନୁମାନ କରାଯାଉଛି ।

ଏଏସଜି ଅନିଲ ସିଂଙ୍କ ଦଲିଲ ଉପରେ ଜବାବ ଦେଇ ଆରୟନ ଖାନଙ୍କ ଓକିଲ ମୁକୁଲ ରୋହତଗୀ କୋର୍ଟକୁ କହିଥିଲେ କି କ୍ରୁଜରେ ଆରୟନ ଓ ଅରବାଜ ଏକାସାଥିରେ ଥିଲେ କିନ୍ତ ଆରୟନଙ୍କୁ ଜଣାନଥିଲା କି ଆରବାଜଙ୍କ ପାଖରେ ଡ୍ରଗ୍ସ ରହିଛି । ଆରୟନ ଖାନ କୌଣସି ଷଡଯନ୍ତ୍ରରେ ସାମିଲ ନଥିବା କଥା ତାଙ୍କ ଓକିଲ କୋର୍ଟରେ ସୁଆଲ ରଖିଥିଲେ । ଏହା ପୂର୍ବରୁ ଏହି ମାମଲାରେ ମୁମ୍ବାଇ ଏନଡିପିଏସ କୋର୍ଟ ୨ ଜଣଙ୍କୁ ଜାମିନ ଦେଇଥିବାରୁ ସେହି ଆଧାରରେ ଆରୟନଙ୍କୁ ଜାମିନ ମିଳୁ ବୋଲି ମକୁଲ କୋର୍ଟଙ୍କ ନିକଟରେ ଦାବି କରିଥିଲେ ।