ଆରୟାନ ଖାନଙ୍କୁ ଜେଲ୍ ନା ବେଲ୍ ଆଜି ଶୁଣାଣି : ଗତ ଗୁରୁବାର ମୁମ୍ବାଇ ଏନଡିପିଏସ କୋର୍ଟ ଜାମିନ ଆବେଦନର ଶୁଣାଣି କରି ରାୟ ରଖିଥିଲେ ସଂରକ୍ଷିତ

ଆରୟାନ ଖାନଙ୍କୁ ଜେଲ୍ ନା ବେଲ୍ ଆଜି ଶୁଣାଣି : ଗତ ଗୁରୁବାର ମୁମ୍ବାଇ ଏନଡିପିଏସ କୋର୍ଟ ଜାମିନ ଆବେଦନର ଶୁଣାଣି କରି ରାୟ ରଖିଥିଲେ ସଂରକ୍ଷିତ

କନକ ବ୍ୟୁରୋ : ଆଜି ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି ହେବ । ଗତ ଗୁରୁବାର ମୁମ୍ବାଇର ଏନଡିପିଏସ କୋର୍ଟ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଆରୟନ ଏବେ ମୁମ୍ବାଇରେ ଆରଥର ଜେଲ୍ ରୋଡରେ ରହିଛନ୍ତି । ଜେଲରେ ଆରୟନଙ୍କୁ କଏଦୀ ନମ୍ବର ୯୫୬ ବ୍ୟାଚ ରହିଛି ।

ଜେଲରେ ରହିବା ବେଳେ ଏନସିବି ମୁମ୍ବାଇ ଜୋନର ମୁଖ୍ୟ ସମୀର ୱାଙ୍ଖଡେ ଆରୟନଙ୍କର କାଉନସେଲିଂ କରିଥିଲେ ଜେଲରୁ ବାହାରିବା ବେଳେ ସେ ଭଲ କାମ କରିବେ । ଯେଉଁଥିପାଇଁ ସମୀର ମଧ୍ୟ ନିଜକୁ ଗର୍ବିତ ଅନୁଭବ କରିବେ ବୋଲି କହିଥିବା ସୂଚନା ରହିଛି । ପୂର୍ବରୁ ଅନେକ ଥର ଜାମିନ ଆବେଦନ କରି ନିରାଶ ହୋଇସାରିଛନ୍ତି ଆରୟନ । ତେଣୁ ଆଜି ଶାହାରୁଖ ଆଶା ରଖିଛନ୍ତି ତାଙ୍କ ପୁଅ ଜାମିନ ପାଇବ ବୋଲି । ଆରୟନ ଜେଲରେ ଥିବାରୁ ଶାହାରୁଖ ଏବଂ ତାଙ୍କ ପତ୍ନୀ ଗୌରୀ ଖାନ୍ ଭାଙ୍ଗିପଡିଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe