କନକ ବ୍ୟୁରୋ : ଆଜି ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି ହେବ । ଗତ ଗୁରୁବାର ମୁମ୍ବାଇର ଏନଡିପିଏସ କୋର୍ଟ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଆରୟନ ଏବେ ମୁମ୍ବାଇରେ ଆରଥର ଜେଲ୍ ରୋଡରେ ରହିଛନ୍ତି । ଜେଲରେ ଆରୟନଙ୍କୁ କଏଦୀ ନମ୍ବର ୯୫୬ ବ୍ୟାଚ ରହିଛି ।
ଜେଲରେ ରହିବା ବେଳେ ଏନସିବି ମୁମ୍ବାଇ ଜୋନର ମୁଖ୍ୟ ସମୀର ୱାଙ୍ଖଡେ ଆରୟନଙ୍କର କାଉନସେଲିଂ କରିଥିଲେ ଜେଲରୁ ବାହାରିବା ବେଳେ ସେ ଭଲ କାମ କରିବେ । ଯେଉଁଥିପାଇଁ ସମୀର ମଧ୍ୟ ନିଜକୁ ଗର୍ବିତ ଅନୁଭବ କରିବେ ବୋଲି କହିଥିବା ସୂଚନା ରହିଛି । ପୂର୍ବରୁ ଅନେକ ଥର ଜାମିନ ଆବେଦନ କରି ନିରାଶ ହୋଇସାରିଛନ୍ତି ଆରୟନ । ତେଣୁ ଆଜି ଶାହାରୁଖ ଆଶା ରଖିଛନ୍ତି ତାଙ୍କ ପୁଅ ଜାମିନ ପାଇବ ବୋଲି । ଆରୟନ ଜେଲରେ ଥିବାରୁ ଶାହାରୁଖ ଏବଂ ତାଙ୍କ ପତ୍ନୀ ଗୌରୀ ଖାନ୍ ଭାଙ୍ଗିପଡିଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/9-24.jpg)