ଆରୟନ ଏବେ ଆର୍ଥର ଜେଲର କଏଦୀ ନମ୍ବର ୯୫୬ । ଏପରି କାଟୁଛନ୍ତି ସମୟ…

225
କନକ ବ୍ୟୁରୋ: ଗୁରୁବାର ଜାମିନ ଆବେଦନ ଶୁଣାଣି ଘୁଂଚିବା ପରେ ପୁଣିଥରେ ଆର୍ଥର ରୋଡ ଜେଲକୁ ଫେରିଛନ୍ତି ଜୁନିଅର ଖାନ୍ ଆରୟନ । ପୂର୍ବରୁ ସେ କ୍ୱାରେଣ୍ଟାଇନ୍ ବ୍ୟାରାକରେ ଥିବାବେଳେ ଏବେ ସାଧାରଣ ବାରାକରେ ରହୁଛନ୍ତି । ଏହାସହ ତାଙ୍କୁ ମିଳିଛି କଏଦୀ ନମ୍ବର ୯୫୬ । ଏଣିକି ଜେଲରେ ଆରୟନ ବୋଲି ନୁହେଁ ବରଂ କଏଦୀ ନମ୍ବର ୯୫୬ ବୋଲି ଡକାଯିବ । ତେବେ ଜେଲରେ କିପରି କଟୁଛି ଆରୟନଙ୍କ ସମୟ ।

ସଙ୍ଗରୋଧ ବ୍ୟାରାକରୁ ଜେନେରାଲ ବ୍ୟାରାକକୁ ଆସିଛନ୍ତି ଆରୟନ ଖାନ । ଆଉ ପାଲଟିଯାଇଛନ୍ତି କଏଦୀ ନଂ-୯୫୬ । ଜେଲର ସମସ୍ତ କଏଦୀଙ୍କୁ ନମ୍ବର ଦିଆଯାଇଥାଏ, ସେହି ଅନୁସାରେ ଆରୟନକୁ ନମ୍ବର ଦିଆଯାଇଛି  ।ଯଦିଓ ନିୟମରେ ସାମାନ୍ୟ କୋହଳ କରାଯାଇଛି । ଜେଲ ଖାଦ୍ୟ ଖାଇବାକୁ ଭଲ ଲାଗୁନଥିବାରୁ କ୍ୟାଂଟିନରେ ଖାଇବା ପାଇଁ ପରିବାର ତରଫରୁ ଆରୟନଙ୍କୁ ଆସିଛି ୪୫୦୦ ଟଙ୍କାର ମନିଅର୍ଡର ।ଏହି ମନିଅର୍ଡର ପାଇଁ  ଜେଲ କର୍ତ୍ତୃପକ୍ଷ ଅନୁମତି ଦେଇଛନ୍ତି ।ଏହାସହ ତାଙ୍କୁ ପଢିବା ପାଇଁ କିଛି ବହି ଦିଆଯାଇଛି ।

ତେବେ ଗୁରୁବାର ହୋଇଥିବା ଜାମିନ ଆବେଦନର ଶୁଣାଣି କରି ଏହାକୁ ସଂରକ୍ଷିତ ରଖିଛନ୍ତି ସେସନ୍ସ କୋର୍ଟ । ଆରୟନଙ୍କ ପକ୍ଷରୁ ନାଁ କରା ତଥା ସଲମାନ ଖାନଙ୍କ ଓକିଲ ଅମିତ ଦେସାଇ ଲଢୁଥିବାବେଳେ ସରକାରୀ ଓକିଲ ବି.ବି. ପାଟିଲ । ଆରୟନଙ୍କୁ ଜାମିନ ଦେବାକୁ ଦେସାଇ ଯୁକ୍ତି ବାଢିଥିବାବେଳେ ଏହି ଶଣାଣିକ ୁ ଆସନ୍ତା ୨୦ ତାରିଖ ଯାଏଁ ଘୁଂଚାଇବାକୁ ଅପିଲ କରିଥିଲେ ବିବି ପାଟିଲ । ତେବେ ଏନସିବି ଆରୟନଙ୍କୁ ଏତେ ଶିଘ୍ର ମୁକୁଳାଇବା ମୁଡରେ ନାହିଁ ବୋଲି କୁହାଯାଉଛି ।  ଅନ୍ତର୍ଜାତୀୟ ଡ୍ରଗ୍ସ କାରବାରରେ ଆରୟନର ହାତ ଥାଇପାରେ ଦର୍ଶାଇ ମାମଲାର ଅଧିକ ଯାଞ୍ଚ ପାଇଁ ଏନସିବି କୋର୍ଟରେ ଅପିଲ କରିଛି ।

ଅନ୍ୟପଟେ ପୁଅର ଚିନ୍ତାରେ ଉଭୟ ଶାହାରୁଖ ଓ ଗୌରୀ ଖାନ୍ । ବେଲ୍ ଶୁଣାଣି ଘୁଂଚିଘୁଂଚି ଯାଉଥିବାବେଳେ ପୁଅର ଭବିଷ୍ୟତକୁ ନେଇ ଉଭୟ ବାପା, ମା’ । ଏପରି ସମୟରେ ମାନସିକ ସ୍ତରରେ ଦୁର୍ବଳ ହୋଇପଡିଥିବା ଗୌରୀଙ୍କୁ ଭେଟିବାକୁ ସଲମାନ ଖାନ, କରଣ ଜୋହର, ପ୍ରୀତି ଜିଣ୍ଟା ସମେତ ଅନ୍ୟ ବଲିଉଡ ତାରକା ଶାହାରୁଖଙ୍କ ଘରେ ପହଞ୍ଚିଥିଲେ ।