କ୍ରୁଜ ପାର୍ଟି ଆୟୋଜନ କରିଥିବା କିଏ ସେ କାଶିଫ୍ ଖାନ, ନୱାବ ମଲ୍ଲିକଙ୍କ ଅଭିଯୋଗ କାଶିଫ୍ ଚଳାଉଛନ୍ତି ସେକ୍ସ ରାକେଟ

111

କନକ ବ୍ୟୁରୋ : ମୁମ୍ବାଇ କ୍ରୁଜ ପାର୍ଟି ମାମଲାରେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀଥିବା ନୱାବ ମଲ୍ଲିକ ହାତଧୋଇ ଏନସିବିର ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କ ପଛରେ ପଡିଯାଇଛନ୍ତି । ଏବେ ନୱାବ ମଲ୍ଲିକ ଦାବି କରିଛନ୍ତି କି କ୍ରୁଜ ଉପରେ ଏନସିବି କରିଥିବା ଚଢାଉ ଏକ ଫର୍ଜି ଚଢାଉ । ନୱାବ କହିଛନ୍ତି କି ସେ ପାର୍ଟିରେ ଜଣେ ଅର୍ନ୍ତରାଷ୍ଟ୍ରୀୟ ଡ୍ରଗ ମାଫିଆ ଥିଲେ । ଏହି ଦାଢୀବାଲା ଡ୍ରଗ୍ସ ମାଫିଆ ଉପରେ ନଜର ରଖିବାକୁ ସେ ଏନସିବିକୁ ପରାମର୍ଶ ଦେବା ସହ ୱାଙ୍ଖଡେଙ୍କର ତାଙ୍କସହ ସଂପର୍କ ଥିବା ଦାବି କରିଛନ୍ତି ନୱାବ ।

ଏହାସହ ୱାଙ୍ଖଡେଙ୍କୁ ଟାର୍ଗେଟ କରି ନୱାବ କହିଛନ୍ତି କି ଏହି ଦାଢୀବାଲାର ନାମ କାଶିଫ ଖାନ ଓ ସେ ଫ୍ୟାସନ ଟିଭି ଇଣ୍ଡିଆର ମୁଖ୍ୟ । ସେ ସାରା ଦେଶରେ ଫ୍ୟାସନ ସୋ କରୁଛି ଓ ଏହା ଆଢୁଆଳରେ ବଡ ଡ୍ରଗ୍ସ ରାକେଟ୍ ଚଳାଇଛି । ଅନ୍ୟପଟେ ଫ୍ୟାସନ ସୋ ନାମରେ କାଶିଫ୍ ସେକ୍ସ ରାକେଟ ଚଳାଉଥିବା କଥା ନୱାବ ଦାବି କରିଛନ୍ତି ।

କୁହାଯାଉଛି କି କାଶିଫ୍ ଖାନ କାଣ୍ଡେଲିଆ କ୍ରୁଜରେ ଡ୍ରଗ୍ସ ପାର୍ଟିର ଆୟୋଜନ କରିଥିଲା । ଏହି ପାର୍ଟିରେ ସେ ତାଙ୍କର ଗାର୍ଲଫ୍ରେଣ୍ଡ ସହ ପହଂଚିଥିଲା । କାଶିଫଙ୍କ ପ୍ରେମିକା ରୁକ୍ମଣୀ ହୁଡ୍ଡାଙ୍କ ବନ୍ଧୁକ ସହ ଫଟୋ ବି ବେସ୍ ଭାଇରାଲ ହେଉଛି । ନୱାବଙ୍କ ଅଭିଯୋଗ ଯେ ଆରୟନ ସେହି ପାର୍ଟିକୁ ଯାଇଥିବା ବେଳେ ତାଙ୍କୁ ଗିରଫ୍ କରାଗଲା । କିନ୍ତୁ ସେହି ପାର୍ଟିକୁ ଆୟୋଜନ କରିଥିବା ଓ ଡ୍ରଗ୍ସ ଯୋଗାଇଥିବା କାଶିଫ୍ ବିରୋଧରେ ଅଭିଯୋଗ ନହେବା ୱାଙ୍ଖଡେ ଓ କାଶିଫଙ୍କ ସଂପର୍କକୁ ପଦାରେ ପକାଇଛି ।