ନୱାବଙ୍କ ବିସ୍ଫୋରକ ବୟାନ :‘ଆରୟନଙ୍କୁ କରାଯାଇଥିଲା ଅପହରଣ, ମାଷ୍ଟରମାଇଣ୍ଡ ମୋହିତ କମ୍ବୋଜ’

90

କନକ ବ୍ୟୁରୋ: ଡ୍ରଗ୍ସ ମାମଲାକୁ ନେଇ ମହାରାଷ୍ଟ୍ରରେ ତେଜୁଛି ରାଜନୀତି । ପୂର୍ବରୁ ସମୀର ୱାଙ୍ଖଡେ ଆଉ ଏବେ ବିଜେପି ନେତା ମୋହିତ କମ୍ବୋଜଙ୍କୁ ଟାର୍ଗେଟ କରିଛନ୍ତି ନୱାବ ମଲ୍ଲିକ । ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି ବିସ୍ଫୋରକ ବୟାନ । କହିଛନ୍ତି ‘ ଆରୟନ ପ୍ରକୃତରେ ଦୋଷୀ ନୁହଁନ୍ତି । ତାଙ୍କୁ ଅପହରଣ କରାଯାଇଥିଲା । ଏହି ଘଟଣାର ମାଷ୍ଟର ମାଇଣ୍ଡ ଥିଲେ ବିଜେପି ନେତା ମୋହିତ କାମ୍ବୋଜ । ଆରୟନଙ୍କୁ ଅପହରଣ କରି ଅଟକ ରଖିଥିଲା ଏନସିବି । ହେଲେ ଏକ ସେଲ୍ଫି ଯୋଗୁଁ ଏହା ଜଣାପଡିଯାଇଥିଲା’ ।

ସାମ୍ବାଦିକ ସମ୍ମିଳନୀରେ ନୱାବ ଆହୁରି ମଧ୍ୟ କହିଛନ୍ତି ଯେ, ବିଚାର ବେଳେ କୋର୍ଟରେ କୁହାଗଲା ଯେ, ଆରୟନଙ୍କ ପାଖରେ ଟିକେଟ ନଥିଲା । ହେଲେ ତାଙ୍କୁ କ୍ରୁଜରୁ ଗିରଫ କରାଗଲା’ ଏହା ଏନସିବିର ଷଡଯନ୍ତ୍ରକୁ ପ୍ରମାଣ କରୁଛି । ଆଉ ଏହି ଷଡଯନ୍ତ୍ରରେ ଏନସିବି ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖାଡେଙ୍କ ସହ ମୋହିତ କାମ୍ବୋଜ ଓ ତାଙ୍କର ଜଣେ ସମ୍ପର୍କୀୟ ମଧ୍ୟ ଅଛନ୍ତି । ଆରୟନଙ୍କୁ ଛାଡିବାକୁ ଏମାନେ ସମସ୍ତେ ମିଶି ୨୫ କୋଟି ଟଙ୍କାର ଡିଲ କଲେ ।ହେଲେ ଡିଲ ୧୮ କୋଟିରେ ଫାଇନାଲ ହେଲା । ଶେଷରେ ଷଡଯନ୍ତ୍ରକାରୀଙ୍କ ହାତକୁ ୫୦ ଲକ୍ଷ ଗଲା । ହେଲେ କୋଟିଏ ସେଲ୍ଫି ପୁରା ଖେଳକୁ ବିଗାଡିଦେଲା ବୋଲି କହିଛନ୍ତି ନୱାବ ।

ଅନ୍ୟପଟେ ମୋହିତ ମଧ୍ୟ ତାଙ୍କୁ ଜବାବ ଦେଇଛନ୍ତି । ଯଦି ତାଙ୍କ ପାଖରେ ଏତେ ପ୍ରମାଣ ଅଛି ତାହେଲେ କୋର୍ଟ ଯାଉନାହାଁନ୍ତି କାହିଁକି? । ଏହା ବ୍ୟତୀତ ଆକ୍ଟର ଶାହାରୁଖ ନିଜେ ଏସବୁ ନକହି ନୱାଙ୍କ ଦ୍ୱାରା କାହିଁକି କୁହାଉଛନ୍ତି ବୋଲି ପ୍ରଶ୍ନ କରିିଛନ୍ତି ମୋହିତ ।